ETV Bharat / state

କଳିଙ୍ଗ ହର୍ବାଲ ମେଳା ୨୦୨୩: ଲକ୍ଷ୍ୟ ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର

author img

By ETV Bharat Odisha Team

Published : Dec 5, 2023, 10:50 PM IST

Updated : Dec 5, 2023, 11:00 PM IST

ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ୧୬ତମ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ । ଏହାର ମୂଳ ଉଦ୍ଦେଶ୍ୟ ରହିଛି ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର । ଅଧିକ ପଢନ୍ତୁ

16th Kalinga Herbal Mela
16th Kalinga Herbal Mela
କଳିଙ୍ଗ ହର୍ବାଲ ମେଳା ୨୦୨୩: ଲକ୍ଷ୍ୟ ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର

ଭୁବନେଶ୍ବର: ରାଜଧାନୀ ସ୍ଥିତ ପ୍ରଦର୍ଶନୀ ପଡିଆରେ ୧୬ତମ କଳିଙ୍ଗ ହର୍ବାଲ ମେଳା ୨୦୨୩ ଉଦଘାଟିତ । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଆଜି ଏହି ମେଳାକୁ ଉଦଘାଟନ କରିଛନ୍ତି । ତେବେ ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର କରିବା ଏହାର ମୂଳ ଲକ୍ଷ୍ୟ ରହିଛି । ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବହୁ ପୁରାତନ ଜଗନ୍ନାଥ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । ଏହି ଚିକିତ୍ସା ପଦ୍ଧତି ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡ଼ିତ । କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ଅମାତ ।

ଏହି ମେଳା ଉଦଘାଟନ କରି ମନ୍ତ୍ରୀ କହିଛନ୍ତି, "ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ । ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବହୁ ପୁରାତନ ଜଗନ୍ନାଥ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । ଏହି ଚିକିତ୍ସା ପଦ୍ଧତି ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡ଼ିତ। କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ପର୍ଯ୍ୟାପ୍ତ ସୁଯୋଗ ରହିଛି । କାରଣ ନିରବଚ୍ଛିନ୍ନ ଭାବେ ଓଡ଼ିଶାରେ ଜଙ୍ଗଲ ଅଭିବୃଦ୍ଧି ହେଉଛି । ଏଥିପାଇଁ ସରକାର ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ମାଧ୍ୟମରେ ବିବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ତା’ସହ ଜନସାଧାରଣଙ୍କର ସହଯୋଗ ଏବଂ ସେମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି, କାରଣ ଆୟୁର୍ବେଦିକ ଚିକିତ୍ସାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥାଏ ।"

16th Kalinga Herbal Mela
୧୬ତମ କଳିଙ୍ଗ ହର୍ବାଲ ମେଳା ଉଦଘାଟନ ସମୟର ଦୃଶ୍ୟ

ଏହା ବି ପଢନ୍ତୁ- ରାଜଧାନୀରେ ଚାଲିଛି କଳିଙ୍ଗ ହର୍ବାଲ ମେଳା, ମିଳୁଛି ବିଭିନ୍ନ ଜଙ୍ଗଲି ଜଡିବୁଟି

ମନ୍ତ୍ରୀ ଆହୁରି କହିଛନ୍ତି, "ଆୟୁର୍ବେଦିକ ଚିକିତ୍ସାକୁ ଲୋକପ୍ରିୟ କରିବା ଲାଗି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଏହି ମେଳା ଏକ ପ୍ରକୃଷ୍ଟ ମାଧ୍ୟମ ।" ସେପଟେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, " ଓଡ଼ିଶା ପ୍ରାକୃତିକ ସଂପଦର ଭଣ୍ଡାର । ଜଗନ୍ନାଥ ସଂସ୍କୃତିରେ ଔଷଧୀୟ ବୃକ୍ଷଲତାର ବହୁଳ ବ୍ୟବହାର ହୋଇଥାଏ । କରୋନା ପରେ ଭାରତୀୟ ଆୟୁର୍ବେଦିକ ଚିକିତ୍ସାର ଆଦର କ୍ରମଶଃ ବଢ଼ିବାରେ ଲାଗିଛି । ତେଣୁ ଔଷଧୀୟ ଉଦ୍ଭିଦର ଚାହିଦା ମଧ୍ୟ ବଢ଼ିଚାଲିଛି । ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନଗୁଡ଼ିକ ଔଷଧୀୟ ଉଦ୍ଭିଦ ଚାଷ ସହ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦେଲେ ଲାଭବାନ ହୋଇପାରିବେ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବା ସହ ରିହାତିର ବ୍ୟବସ୍ଥା କରାଯାଇଛି।"

16th Kalinga Herbal Mela
କଳିଙ୍ଗ ହର୍ବାଲ ମେଳାରେ ମନ୍ତ୍ରୀ ପ୍ରଦୀପ

ଅନ୍ୟପଟେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲ ବାହିନୀ ମୁଖ୍ୟ ଡ. ଦେବୀଦତ୍ତ ବିଶ୍ବାଳ କହିଛନ୍ତି, "ଆୟୁର୍ବେଦିକ, ଏଲୋପାଥିକ ଏବଂ ହୋମିଓପାଥିକ ଚିକିତ୍ସା ପଦ୍ଧତି ପରସ୍ପରଠାରୁ ଭିନ୍ନ କିନ୍ତୁ ଅଭିନ୍ନ ନୁହନ୍ତି । ପ୍ରତ୍ୟେକ ଚିକିତ୍ସା ପଦ୍ଧତିର ସ୍ବତନ୍ତ୍ର୍ୟ ରହିଛି । କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ବିପୁଳ ସମ୍ଭାବନା ରହିଛି । ବୈଦ୍ୟ, ଡାକ୍ତର, ଚାଷୀ, ସରକାରୀ ତଥା ବେସରକାରୀ ସଂଗଠନ, ଔଷଧ ପ୍ରସ୍ତୁତକାରୀ ସଂସ୍ଥାମାନଙ୍କୁ ଏକତ୍ରିତ କରି କଳିଙ୍ଗ ହର୍ବାଲ ମେଳା ଏକ ସୁନ୍ଦର ମଞ୍ଚ ପ୍ରଦାନ କରୁଛି । ଏହି ମେଳା ଦ୍ବାରା ଜନସାଧାରଣ ବିଶେଷ ଭାବରେ ଉପକୃତ ହେବେ ।"

ସୂଚନା ଅନୁଯାୟୀ, ଏହି ମେଳାରେ ୧୩୦ଟି ଷ୍ଟଲ ରହିଛି । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଔଷଧୀୟ ବୃକ୍ଷଲତା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ, ଓଡ଼ିଆର ବିଭିନ୍ନ ଜିଲ୍ଲାରୁ ଅଭିଜ୍ଞ ବୈଦ୍ୟ ଓ କବିରାଜ, ରାଜ୍ୟର କେତେକ ଔଷଧ ପ୍ରସ୍ତୁତକାରୀ କମ୍ପାନୀ, ସ୍ବୟଂ ସହାୟକ ଗୋଷ୍ଠୀ, ବନସଂରକ୍ଷଣ ସମିତି ଅଂଶଗ୍ରହଣ କରିଛନ୍ତି । ଏହି ମେଳାରେ ଡାବର, ଇମାମି, ଆର୍ୟା ବୈଦ୍ୟଶାଳା, କେରଳ, ମୁଲତାନୀ, ମୋଦି କେୟାର ଭଳି କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ହର୍ବାଲ ମେଳାରେ ଲୋକମାନଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଏବଂ ବିଭିନ୍ନ ରୋଗର ନିବାରକ ଉପରେ ଆଲୋଚନା କରାଯାଉଛି । ଆୟୁର୍ବେଦ, ପଞ୍ଚକର୍ମ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ହୋମିଓପାଥି ଚିକିତ୍ସା ମାଧ୍ୟମରେ ପରାମର୍ଶ ଓ ଚିକିତ୍ସା ବ୍ୟବସ୍ଥା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 5, 2023, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.