ETV Bharat / state

ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଠିକ ଚାଲିଛି, ବିଜେପି ରାଜନୀତି କରୁଛି: ଯୋଗାଣ ମନ୍ତ୍ରୀ

author img

By

Published : Dec 19, 2022, 8:50 PM IST

ରାଜ୍ୟରେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ମୁହଁ ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ

ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରେସମିଟ
ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରେସମିଟ
ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଠିକ ଚାଲିଛି, ବିଜେପି ରାଜନୀତି କରୁଛି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ମୁହଁ ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ (Minister of Food Supplies Atanu Sabyasachi Nayak ) । ମନ୍ତ୍ରୀ କହିଛନ୍ତି ମଣ୍ଡି ବ୍ୟବସ୍ଥାରେ କେଉଁଠି ବି ବିଭ୍ରାଟ ହୋଇନାହିଁ ।

ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପି ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1 ଲକ୍ଷ 24 ହଜାର ଚାଷୀ ଙ୍କୁ 1104 କୋଟି ଟଙ୍କା ଦିଆଯାଇଛି । ଏପଟେ ପଶ୍ଚିମ ଓଡିଶାରେ ମଣ୍ଡି ଖୋଲାଯାଇଛି। ଡିଏଲପିସି ଯେଉଁଠି ଯେବେ ନିଷ୍ପତ୍ତି ନେବ ସେଇ ଅନୁସାରେ ମଣ୍ଡି ଖୋଲେ । ମଣ୍ଡି ବ୍ୟବସ୍ଥାରେ କେଉଁଠି ବି ବିଭ୍ରାଟ ନାହିଁ । ସେମାନେ (ବିଜେପି) ଯଦି ମଣ୍ଡି ବୁଲିବାକୁ ଯାଉଛନ୍ତି ତେବେ ଯାଆନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

ଏହାବି ପଢନ୍ତୁ- ଚାଷୀଙ୍କ ପାଇଁ ଲଢିବ ବିଜେପି, 58 ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବ

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏବେ ଯାହା ରେଟ ରହିଛି ତାହା ଚାଷୀ ମାନଙ୍କୁ ଦିଆଯାଉଛି । ଯେଉଁ ବ୍ୟବସ୍ଥା ଚାଲିଛି ସେଥିରେ ଚାଷୀ ମାନେ ଖୁସି ଅଛନ୍ତି । ବିରୋଧ ବିରୋଧୀ କରିବେ । ସେଥିରେ କିଛି ନାହିଁ ।

ସୂଚନାଯୋଗ୍ୟଯେ ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ସାରା ରାଜ୍ୟରେ ବିଜେପି ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ସହ ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିବ । ଏନେଇ ଆଜି ଦଳ ପକ୍ଷରୁ ପ୍ରେସମିଟ କରି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.