ETV Bharat / state

Paika Rebellion: ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ଗର୍ଜିଲେ ମନ୍ତ୍ରୀ - ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଦାବି

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଅଧିକ ପଢ଼ନ୍ତୁ

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ମଞ୍ଚରେ ଗର୍ଜିଲେ ମନ୍ତ୍ରୀ

author img

By

Published : Dec 13, 2021, 10:42 PM IST

ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ନେଇ ବିଭିନ୍ନ ସଂଗଠନ ଓ ସଂସ୍ଥା ସଂଗ୍ରାମ ଜାରି ରଖିଛନ୍ତି । ଏହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ମତଭେଦ ରହିଛି । ଏଭଳି ସ୍ଥିିତିରେ ଏହି ପ୍ରସଙ୍ଗକୁ ନେଇ ଆଜି (ସୋମବାର) ବେଗୁନିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ମଞ୍ଚରେ ଗର୍ଜିଲେ ମନ୍ତ୍ରୀ

ଖୋର୍ଦ୍ଧାଗଡ଼ର ବୀର ପାଇକ ଜୟୀ ରାଜଗୁରୁଙ୍କ ଠାରୁ ଆରମ୍ଭ କରି ଦଳବେହେରାଙ୍କ ପର୍ଯ୍ୟନ୍ତ ସ୍ବାଧୀନତା ପାଇଁ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଏହି ସ୍ବାଧୀନତା ସଂଗ୍ରାମୀଙ୍କ ସ୍ୱାଧୀନତା ପାଇଁ ଦେଇଥିବା ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ମାଗିଥିବା ଜାଗା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।

କିନ୍ତୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଦାୟିତ୍ୱରେ ନେଇଥିବା ଇଣ୍ଡିଆନ ଅଏଲ କୌଣସି କାର୍ଯ୍ୟ ଆରମ୍ଭ କରୁନଥିବା ଅଭିଯୋଗ ହୋଇଛି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଏ ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି ମନ୍ତ୍ରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.