ETV Bharat / state

ଶୁଭାରମ୍ଭ ହେଲା ମିଲେଟ ସିଡ ଡିସପ୍ଲେ ୟୁନିଟ, ଜନଜାତିଙ୍କୁ ଆତ୍ମନିର୍ଭର କରିବ ସୁପର ଫୁଡ ମିଲେଟ

author img

By ETV Bharat Odisha Team

Published : Oct 18, 2023, 6:37 AM IST

Updated : Oct 18, 2023, 2:10 PM IST

ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ନୂତନ ଭାବେ ଶୁଭାରମ୍ଭ ହେଲା ମିଲେଟ ସିଡ ଡିସପ୍ଲେ ୟୁନିଟ । ଏହି ଡିସପ୍ଲେ ୟୁନିଟରେ 50 ପ୍ରକାରର ମିଲେଟକୁ ସ୍ଥାନିତ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ୟୁନିଟର ଉଦଘାଟନ କରିଛନ୍ତି । ଅଧିକ ପଢ଼ନ୍ତୁ

ଶୁଭାରମ୍ଭ ହେଲା ମିଲେଟ ସିଡ ଡିସପ୍ଲେ ୟୁନିଟ
ଶୁଭାରମ୍ଭ ହେଲା ମିଲେଟ ସିଡ ଡିସପ୍ଲେ ୟୁନିଟ
ଶୁଭାରମ୍ଭ ହେଲା ମିଲେଟ ସିଡ ଡିସପ୍ଲେ ୟୁନିଟ

ଭୁବନେଶ୍ବର: ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ନୂତନ ଭାବେ ଶୁଭାରମ୍ଭ ହେଲା ମିଲେଟ(ମାଣ୍ଡିଆ) ସିଡ୍‌ ଡିସପ୍ଲେ ୟୁନିଟ । ଏହି ଡିସ୍‌ ପ୍ଲେ' ୟୁନିଟରେ 50 ପ୍ରକାରର ମିଲେଟକୁ ସ୍ଥାନିତ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ୟୁନିଟ୍‌ର ଉଦଘାଟନ କରିଛନ୍ତି । ଓଡିଶା ମିଲେଟ ମିଶନର ସହଭାଗିତାରେ ଏହି ଡିସ୍‌ପ୍ଲେ ୟୁନିଟ୍‌ର ଶୁଭାରମ୍ଭ କରାଯାଇଛି । ମିଲେଟର ଗୁଣକାରୀ ଉପାଦାନ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହି ଡିସପ୍ଲେ ୟୁନିଟ୍‌ର ମୁଖ୍ୟ ଉଦ୍ଦେଶ୍ୟ । ମିଲେଟ ମୁଖ୍ୟତଃ ଶୁଷ୍କ ପାର୍ବତ୍ୟାଞ୍ଚଳରେ ବାସ କରୁଥିବା ସମ୍ପ୍ରଦାୟର ଲୋକେ ଉତ୍ପାଦନ କରିଥାଆନ୍ତି । ଜଳର ଅଭାବ ଥିବା ସତ୍ତ୍ବେ ଅନ୍ୟ କାହାର ସାହାଯ୍ୟ ବିନା ନିଜ ଉଦ୍ୟମରେ ବିହନ ଓ ଖତ ପ୍ରୟୋଗ କରି ଉତ୍ପାଦନ କରାଯାଏ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ମିଲେଟ ଭିତ୍ତିକ ଖାଦ୍ୟକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ମିଳିତ ଉଦ୍ୟମରେ ଓଡ଼ିଶା ମିଲେଟ ମିଶନ ଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନିଆଯାଇଛି । ବର୍ତ୍ତମାନ ରାଜ୍ୟର 30ଟି ଜିଲ୍ଲାର ପ୍ରାୟ 177ଟି ବ୍ଲକରେ ମିଲେଟର ପ୍ରଚାର ପ୍ରସାର ଜାରିରହିଛି । ନିରନ୍ତର ବିକାଶ ସହ ପୁଷ୍ଟିଭିତ୍ତିକ ନିରାପତ୍ତାକୁ ସୁଦୃଢ଼ କରିବା, ମିଲେଟ ମାଧ୍ୟମରେ ମହିଳାଙ୍କୁ ଉଦ୍ୟୋଗୀ କରିବା ହେଉଛି ମିଲେଟ ମିଶନର ଲକ୍ଷ୍ୟ ।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି । ଏହା ସହ ମିଲେଟର ଖାଦ୍ୟପଯୋଗିତା, ପୋଷଣତତ୍ତ୍ବ ଓ ସାମାଜିକ ସ୍ତରରେ ଓଡ଼ିଶାର ଜନଜାତି ସମ୍ପ୍ରଦାୟ ସହ ଏହାର ସଂଶ୍ଳିଷ୍ଟତା ବିଷୟରେ ସୂଚନା ଦେଇଛନ୍ତି । କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ବଲାଙ୍ଗିର, ନୂଆପଡ଼ା, ମୟୁରଭଞ୍ଜ, କଳାହାଣ୍ତି ଆଦି ସ୍ଥାନରେ ଚାଷ କରାଯାଉଥିବା ଫିଙ୍ଗର ମିଲେଟ, ସୁଆଁ, କାଙ୍ଗୁ, ଜହ୍ନା, ବାଜରା ଆଦି ଓଡିଶାର ପାରମ୍ପରିକ ପୁଷ୍ଟିଶସ୍ୟକୁ ମିଲେଟକୁ ଡିସପ୍ଲେ ମଧ୍ୟରେ ସ୍ଥାନ ଦିଆଯାଇଛି । ଏହା ସ୍ଥାନୀୟ ପର୍ଯ୍ୟଟକ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ମିଲେଟ ସମ୍ପର୍କରେ ଜାଣିବାର ସୁଯୋଗ ଦେବ । ଏହି ପଦକ୍ଷେପ ମିଲେଟର ବ୍ୟବହାରକୁ ପ୍ରୋତ୍ସାହିତ କରିବ । ଯାହା ରାଜ୍ୟରେ ଏକ ସୁସ୍ଥ ଜୀବନଶୈଳୀରେ ସହାୟକ ହେବ ।

ଏହା ମଧ୍ୟ ପଢ଼ନ୍ତୁ.....Millet Mission: 25 ବର୍ଷ ପରେ ଚାଷୀ କ୍ଷେତକୁ ଫେରିଲା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଖେଡ଼ଜନା

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି "ଜନଜାତି ସମୁଦାୟର ସଂସ୍କୃତି ଓ ଖାଦ୍ୟପେୟ ସହିତ ଗଭୀର ଭାବେ ଜଡ଼ିତ ପୃଷ୍ଟି ସାର ଯୁକ୍ତ ଶସ୍ୟ ମିଲେଟ । ଏହା ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ସହ ବର୍ତ୍ତମାନ ଖାଦ୍ୟ ପ୍ରଣାଳୀରେ ସୁପର ଫୁଡ୍‌ର ଭୂମିକା ବହନ କରୁଛି । ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ଯେ ଆମ ଜନଜାତି ସମ୍ପ୍ରଦାୟ ପ୍ରାଚୀନ କାଳରୁ ମିଲେଟ ବା ମାଣ୍ଡିଆ ଉତ୍ପାଦନ କରି ଆସୁଛି । ଏହା ଖାଦ୍ୟ ନିରାପତ୍ତାକୁ ସୁରକ୍ଷା ଦେବା ସହ ବର୍ତ୍ତମାନ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 18, 2023, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.