ETV Bharat / state

ଖୋର୍ଦ୍ଧାରେ ପହଞ୍ଚିଲେ 550 ପ୍ରବାସୀ ଓଡ଼ିଆ - migrants oriya labour return from Kerala

ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରାୟ 550ଜଣ ପ୍ରବାସୀ ଓଡ଼ିଆଙ୍କୁ ଏକ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ଫେରାଇ ଅଣାଯାଇଛି ।

migrants oriya labour
ଫେରିଲେ ପ୍ରବାସୀ ଓଡ଼ିଆ
author img

By

Published : May 3, 2020, 10:54 AM IST

Updated : May 3, 2020, 11:30 AM IST

ଖୋର୍ଦ୍ଧା: ମହାମାରୀ କୋରୋନା କଟକଣା ପାଇଁ କେରଳରେ ଫସିଥିବା ଓଡିଆଙ୍କ ହୋଇଛି ଘରବାହୁଡା । ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରାୟ 550ଜଣ ପ୍ରବାସୀ ଓଡ଼ିଆଙ୍କୁ ଏକ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ଫେରାଇ ଅଣାଯାଇଛି । ଆଜି(ରବିବାର) ସକାଳ 8 ଟା 50 ମିନିଟ ସମୟରେ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ଫେରିଲେ ପ୍ରବାସୀ ଓଡ଼ିଆ

ତେବେ ସରକାରୀ ନିର୍ଦ୍ଦେଶ ଅନୁସାରେ ସମସ୍ତଙ୍କୁ ନିଜ ନିଜ ଜିଲ୍ଲାକୁ ସ୍ବତନ୍ତ୍ର ବସ ଯୋଗେ ପଠାଯାଇଛି । ଆସିଥିବା ପ୍ରବାସୀମାନେ ନିଜ ନିଜ ପଞ୍ଚାୟତରେ ହୋଇଥିବା କ୍ବାରେଣ୍ଟାଇନ କେନ୍ଦ୍ରରେ 14 ଦିନ ରହିବା ପରେ ନିଜ ଘରକୁ ଫେରିବେ ।

ପ୍ରବାସୀଙ୍କ ପାଇଁ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ବର ଡିସିପି ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 3, 2020, 11:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.