ETV Bharat / state

ମହିଳାଙ୍କ ରେଳ ଯାତ୍ରାକୁ ଅଧିକ ନିରାପଦ କରିବ ମେରୀ ସହେଲି

ମହିଳାମାନଙ୍କ ରେଳ ଯାତ୍ରାକୁ ଆହୁରୀ ସୁଗମ କରିବା ପାଇଁ ଆରମ୍ଭ ହୋଇଯାଇଛି 'ମେରୀ ସହେଲି' ଅଭିଯାନ । ଏହି ଅଭିଯାନ ଜରିଆରେ ଟ୍ରେନରେ ଯାତ୍ରା କରୁଥିବା ପ୍ରତିଟି ଯାତ୍ରୀଙ୍କୁ ମହିଳାଙ୍କ ସୁରକ୍ଷା ନିମନ୍ତେ ଅବଗତ କରାଯିବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 14, 2023, 9:44 AM IST

ମହିଳାମାନଙ୍କ ପାଇଁ ରେଳ ଯାତ୍ରାକୁ ଅଧିକ ନିରାପଦ କରିବ ‘ମେରୀ ସହେଲି’

ଭୁବନେଶ୍ବର: ମହିଳାମାନଙ୍କ ପାଇଁ ରେଳ ଯାତ୍ରାକୁ ଅଧିକ ନିରାପଦ କରିବ ‘ମେରୀ ସହେଲି’ । ଟ୍ରେନରେ ଯାତ୍ରା କରୁଥିବା ସମୟରେ ମହିଳାଙ୍କ ସୁରକ୍ଷା ନେଇ ଜନସାଧାରଣଙ୍କୁ ଅବଗତ କରାଯିବ । ଏଥିପାଇଁ ରେଳ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ 15 ଅକ୍ଟୋବରରେ ମାରାଥନ୍ ଆୟୋଜିତ କରାଯିବ । 230ରୁ ଅଧିକ ମହିଳା ଆରପିଏଫ୍ କର୍ମଚାରୀଙ୍କୁ ନେଇ “ମେରୀ ସହେଲି” ଏକ ଟିମ ଗଠନ କରାଯାଇଥିବା ବେଳେ ଦେଶର ବିଭିନ୍ନ ରେଳ ଷ୍ଟେସନରେ 400ରୁ ଅଧିକ ଟ୍ରେନମାନଙ୍କରେ ଅଭିଯାନ ଆରମ୍ଭ କରାଯାଇଛି ।

ମହିଳାମାନଙ୍କ ରେଳ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ‘ମେରୀ ସହେଲି’ ଅଭିଯାନ । ଏହି ଅଭିଯାନ ଜରିଆରେ ମହିଳାମାନେ ସୁବିଧାରେ ତଥା ନିରାପଦରେ ଟ୍ରେନରେ ଚଳାଚଳ କରିପାରିବେ । ତେବେ ଏହି 'ମେରୀ ସହେଲି' ଜରିଆରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ମହିଳାଙ୍କ ସୁରକ୍ଷା ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଯିବ । ଅନ୍ୟପଟେ ରେଳ ସୁରକ୍ଷାବଳ ମହାନିର୍ଦ୍ଦେଶକ ମନୋଜ ଯାଦବଙ୍କ ନେତୃତ୍ୱରେ 25 ଜଣ ଆରପିଏଫ ଅଧିକାରୀ ଏବଂ କର୍ମଚାରୀଙ୍କ ଏକ ଟିମ୍ ଦ୍ୱାରା 15 ଅକ୍ଟୋବରରେ ଦିଲ୍ଲୀ ଠାରେ ହାଫ (ଅଧା) ମାରାଥନ୍ ଆୟୋଜିତ କରାଯିବ ।

ଏହାମଧ୍ୟ ପଢନ୍ତୁ..ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଇଂରାଜୀ ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ପ୍ରଶିକ୍ଷଣ

ତେବେ 230ରୁ ଅଧିକ ମହିଳା ଆରପିଏଫ୍ କର୍ମଚାରୀଙ୍କୁ ନେଇ “ମେରୀ ସହେଲି” ଏକ ଟିମ ଗଠନ କରାଯାଇଥିବା ବେଳେ ଦେଶର ବିଭିନ୍ନ ରେଳ ଷ୍ଟେସନରେ 400ରୁ ଅଧିକ ଟ୍ରେନ୍ ମାନଙ୍କରେ ସେମାନଙ୍କର ଅଭିଯାନ ଆରମ୍ଭ କରାଯାଇଛି । ପ୍ରତିଦିନ ହାରାହାରି 14 ହଜାରରୁ ଅଧିକ ମହିଳା ଯାତ୍ରୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ମହିଳା ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ସମୟରେ ନିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ବିଷୟରେ ଶିକ୍ଷା ଦିଆଯିବ । ମଡ୍ୟୁଲ୍ ବୋର୍ଡିଂ ଏବଂ ଏନ୍-ରୁଟ୍ ଷ୍ଟେସନରେ ମହିଳା ଯାତ୍ରୀମାନଙ୍କ ସହିତ କଥାବାର୍ତ୍ତା ଉପରେ ନଜର ରଖାଯିବ ।

ଏହା ଗନ୍ତବ୍ୟ ସ୍ଥଳରେ ଯାତ୍ରୀମାନଙ୍କ ମତାମତ ରେକର୍ଡ କରିବା ସହ ସମସ୍ତ ଯାତ୍ରୀଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି ଦିଗରେ 'ମେରୀ ସହେଲି' ସାହାଯ୍ୟ ସହଯୋଗ କରିବ । ତେଣୁ ଟ୍ରେନରେ ମହିଳାଙ୍କ ସୁରକ୍ଷା ଦେବାରେ ମହିଳା ଆରପିଏଫ୍ କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ନୂତନ ଭାବରେ ନିଯୁକ୍ତ ହୋଇଥିବା ମହିଳା ଆରପିଏଫମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ‘ମେରୀ ସହେଲି’ ଟିମରେ ଅନ୍ତର୍ଭୁକ୍ତ କରାଯାଉଛି । ମହିଳା ଆରପିଏଫ୍ କେବଳ ମହିଳା ଯାତ୍ରୀମାନଙ୍କୁ ତାଲିମ ଦିଅନ୍ତି ନାହିଁ ବରଂ ମହିଳା ଯାତ୍ରୀମାନଙ୍କୁ ଅସୁବିଧାରେ ସାହାଯ୍ୟ କରନ୍ତି ।

ଏହାମଧ୍ୟ ପଢନ୍ତୁ..Cyber Awareness Campaign: ସହର ବୁଲୁଛି ଲୋକଙ୍କୁ ଭେଟୁଛି ସାଇରା, ସାଇବର ଠକେଇ ନେଇ ଭିନ୍ନ ସଚେତନତା

ଅନେକ ମହିଳା ଗର୍ଭଧାରଣ ସମୟରେ ଟ୍ରେନ୍ ଯାତ୍ରା କରିଥାନ୍ତି । ଅନେକ ସମୟରେ ଟ୍ରେନ ମଧ୍ୟରେ ପ୍ରସବ କରିବାର ମଧ୍ୟ ନଜିର ରହିଛି । “ଅପରେସନ୍ ମାତୃଶକ୍ତି” ଅଧୀନରେ ଶିଶୁ ଜନ୍ମ ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରିଥାନ୍ତି ଆରପିଏଫ । ଚଳିତ ବର୍ଷ ଟ୍ରେନ୍ କିମ୍ବା ରେଳ ପରିସରରେ 130ଟି ପ୍ରସବ ମାମଲାରେ ଆରପିଏଫ୍ ସହାୟତା ପ୍ରଦାନ କରିଛି । ଆରପିଏଫ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସୁଶ୍ରୀ ଶୋଭା ମୋଟେଙ୍କ ଦ୍ୱାରା “ଅପରେସନ୍ ମାତୃଶକ୍ତି” ଅଧୀନରେ ଆରପିଏଫ୍ ଦ୍ୱାରା କରାଯାଇଥିବା କାର୍ଯ୍ୟ ଟିଭି ସୋ 'ଇଣ୍ଡିଆ ଗଟ ଟ୍ୟାଲେଣ୍ଟ'ରେ ସ୍ୱୀକୃତିପ୍ରାପ୍ତ ଏବଂ ପ୍ରଶଂସନୀୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.