ETV Bharat / state

25ରୁ ମେଗା ଟ୍ରେଡ ମେଳା, ହୋଷ୍ଟ ରାଜ୍ୟ ଓଡିଶା - ମେଗା ଟ୍ରେଡ ଫେୟାର 2023

ଆସନ୍ତା 25 ତାରିଖରୁ ଭୁବନେଶ୍ବର ମେଗା ଟ୍ରେଡ ଫେୟାର 2023 ଆରମ୍ଭ ହେବ । ଏନେଇ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆୟୋଜକ । ଅଧିକ ପଢନ୍ତୁ

ମେଗା ଟ୍ରେଡ ମେଳା
mega trade fair
author img

By

Published : Feb 22, 2023, 9:56 AM IST

25ରୁ ମେଗା ଟ୍ରେଡ ମେଳା

ଭୁବନେଶ୍ବର: ଆସନ୍ତା 25 ତାରିଖରୁ ଭୁବନେଶ୍ଵର ମେଗା ଟ୍ରେଡ ଫେୟାର ଆରମ୍ଭ ହେବ । ଏଥିରେ ଦେଶ ତଥା ବିଦେଶରୁ ଏହି ଅନ୍ତର୍ଜାତୀୟ ମେଗା ବାଣିଜ୍ୟ ମେଳାରେ ପ୍ରଦର୍ଶନମାନେ ଅଂଶଗ୍ରହଣ କରିବେ । କ୍ରେଡାଇ ଭୁବନେଶ୍ବର ଫାଉଣ୍ଡେସନ ଓ ଜି.ଏସ୍‌. ମାର୍କେଟିଙ୍ଗ ଆସୋସିଏସଟ୍ ସହ ମିଳିତ ଭାବରେ ଫେବୃଆରୀ 25 ତାରିଖରୁ ମାର୍ଚ୍ଚ 6 ତାରିଖ ଯାଏ ଆୟୋଜିତ ହେବ ଭୁବନେଶ୍ଵର ମେଗା ଟ୍ରେଡ୍ ଫେୟାର । ଭୁବନେଶ୍ଵରର ଜନତା ମଇଦାନ ଠାରେ ରିୟଲ ଇଷ୍ଟେଟ୍ ପ୍ରଦର୍ଶନୀ ଆୟୋଜିତ ହେବ । 20 ବର୍ଷ ହେବ ଏହି ମେଗା ଟ୍ରେଡ ମେଳା ଅନୁଷ୍ଠିତ ହୋଇ ଆସୁଛି ।

ଏହି ସମସ୍ତ ପ୍ରଦର୍ଶିତ ପ୍ରକଳ୍ପ ଓରେରା ପଞ୍ଜିକୃତ ହୋଇଛି । ୭୨ ଡେଭଲପରସ୍ ସେମାନଙ୍କର ଗୃହ ଓ ଆପାର୍ଟମେଣ୍ଟକୁ ପ୍ରଦର୍ଶିତ କରିଛନ୍ତି । ଏହି ହ୍ୟାଙ୍ଗର ଏସବିଆଇ, ଆଇସିଆସିଆଇ ଏବଂ ଅନ୍ୟାନ୍ୟ ହୋମ ଫାଇନାନ୍ସ କମ୍ପାନୀ ଅଂଶଗ୍ରହଣ କରି ଗ୍ରାହକଙ୍କୁ ହୋମଲୋନ ନେବାର ପ୍ରକ୍ରିୟା ଓ ସୁବିଧା ଇତ୍ୟାଦି ସମ୍ବନ୍ଧରେ ବୁଝାଇବେ । ରିୟଲ ଇଷ୍ଟେଟ୍ ସହ ହୋମ ଆପ୍ଲାଏନ୍ସ, ଲାଇଫ୍ ଷ୍ଟାଇଲ୍ ଉତ୍ପାଦ, ଇନ୍ଟିରିୟର ଡେକୋରେସନ ଉତ୍ପାଦ, ଆଧୁନିକ ଆସବାବପତ୍ର ଇତ୍ୟାଦି ଗୁଡିକ ମଧ୍ୟ ପାଶ୍ବବର୍ତ୍ତିତ ହ୍ୟାଙ୍ଗର ଗୁଡିକରେ ପ୍ରଦର୍ଶିତ ହେବ । ଆଫଗାନିସ୍ତାନ, ବାଂଲାଦେଶ ଦୁବାଇ, ଇରାନ, ମାଲେସିଆ, ଥାଇଲାଣ୍ଡ, ଏବଂ ଇଜିଷ୍ଟ ପରି ଦେଶମାନଙ୍କର ପ୍ରଦର୍ଶକମାନେ ଏହି ଆନ୍ତର୍ଜାତୀୟ ମେଗା ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିବେ । ପଞ୍ଜାବ,ଦିଲ୍ଲୀ, ରାଜସ୍ଥାନ, ଝାଡଖଣ୍ଡ ଆଦି ପାର୍ଟନର ରାଜ୍ୟ ଥିବାବେଳେ ଓଡିଶା ହୋଷ୍ଟ ରାଜ୍ୟ ଭାବେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବ ।

ଏହି ପ୍ରଦର୍ଶନୀକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିକାଶ ବିଭାଗର ମନ୍ତ୍ରୀ ଉଷା ଦେବୀ ମେଳାର ଉଦ୍‌ଘାଟନ କରିବେ । ଏହି ଅବସରରେ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଏମସି ମେୟର ସୁଲୋଚନା ଦାସ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଭୁବନେଶ୍ବର ସର୍କଲ ଚିଫ୍ ଜେନେରାଲ ମ୍ୟାନେଜର ଚନ୍ଦ୍ର ଶେଖର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରଦର୍ଶନୀର ଉଦଯାପନୀ ଉତ୍ସବ ୬ ମାର୍ଚ୍ଚରେ ଅନୁଷ୍ଠିତ ହେବ । ମେଳାରେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ମନ୍ତ୍ରୀ ପ୍ରତାପ କିଶୋର ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.