ETV Bharat / state

ଆସନ୍ତା ୧୬ରେ କଂଗ୍ରେସର ମହାମିଶ୍ରଣ ପର୍ବ, ହାତ ଧରିବେ ହେଭିୱେଟ୍ ! - mega joing programme

ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ଆସନ୍ତା ସପ୍ତାହରେ ଦଳର ଏକ ମେଗା ମିଶ୍ରଣ ପର୍ବ ଆୟୋଜନ ହେବାକୁ ଯାଉଛି । ଅଧିକ ପଢନ୍ତୁ

mega joing programme
ଆସନ୍ତା ୧୬ରେ କଂଗ୍ରେସର ମହାମିଶ୍ରଣ ପର୍ବ
author img

By ETV Bharat Odisha Team

Published : Nov 11, 2023, 9:33 PM IST

ଆସନ୍ତା ୧୬ରେ କଂଗ୍ରେସର ମହାମିଶ୍ରଣ ପର୍ବ

ଭୁବନେଶ୍ବର: ସଂଗଠନ ସଜାଡିବାକୁ ବଳ ଗୋଟାଉଛି କଂଗ୍ରେସ । ନିର୍ବାଚନ ପୂର୍ବରୁ କୁଶଳୀ ରଣନୀତି ପ୍ରସ୍ତୁତ କରୁଛି ଦଳ । ଶାସକ ବିଜୁ ଜନତା ଦଳ ହାତରୁ ସରକାରକୁ କ୍ଷମତା ଛଡାଇ ଆଣିବାକୁ ଜୋରଦାର ପ୍ଳାନିଂ କରୁଛି ରାଜ୍ୟ କଂଗ୍ରେସ । ପୁରୁଖା ନେତାମାନଙ୍କୁ ଦଳକୁ ଫେରାଇ ଆଣିବା ସହ ସ୍ଥିତିକୁ ସୁଦୃଢ କରିବା ଲାଗି ବିଭିନ୍ନ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି ଦଳ । ଆସନ୍ତା ସପ୍ତାହରେ ଦଳର ଏକ ମେଗା ମିଶ୍ରଣ ପର୍ବ ଆୟୋଜନ ହେବାକୁ ଯାଉଛି । ଏଥିରେ କେତେକ ପୂର୍ବତନ ବିଧାୟକ, ମନ୍ତ୍ରୀମାନଙ୍କୁ ଦଳରେ ସାମିଲ କରିବାକୁ କଂଗ୍ରେସ ସଜବାଜ ହେଉଥିବା ଜଣାପଡିଛି ।

ସାଧାରଣ ନିର୍ବାଚନ ପୂର୍ବରୁ ବଢିବ ରାଜ୍ୟ କଂଗ୍ରେସର କଳେବର । କଂଗ୍ରେସରେ ସାମିଲ ହେବେ ବିଭିନ୍ନ ଦଳର ହେଭିୱେଟ୍ ନେତା । କେବଳ ନେତା ନୁହନ୍ତି, ସମାଜର ବିଭିନ୍ନ ସ୍ରୋତରେ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ସାମିଲ କରିବା ପାଇଁ ଦିନ ସମୟ ତାରିଖ ଆଦି ଚୂଡାନ୍ତ ହୋଇସାରିଛି । ନଭେମ୍ବର 16 କିମ୍ବା 17ତାରିଖରେ ଅନୁଷ୍ଠିତ ହେବ ଦଳର ମହାମିଶ୍ରଣ ପର୍ବ । ସୂଚନା ଅନୁଯାୟୀ, ଏହି ପର୍ବରେ ଦଳ ଛାଡିଯାଇଥିବା ଏକାଧିକ ଆଗଧାଡିର ନେତାଙ୍କ ଘର ବାହୁଡା ହେବ । ଏହି ତାଲିକାରେ ଦକ୍ଷିଣ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି ଏବଂ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଶତାଧିକ ଜନସାଧାରଣ କଂଗ୍ରେସରେ ମିଶିବେ ।

ଏହା ବି ପଢନ୍ତୁ...Tulasi Yatra: ସଂକୀର୍ତ୍ତନ ସତ୍ୟାଗ୍ରହ ପରେ କଂଗ୍ରେସ କରିବ ତୁଳସୀ ଯାତ୍ରା

ବିଜେଡିରୁ କିଛି ଅସନ୍ତୁଷ୍ଟ ନେତା ମଧ୍ୟ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଦଳରେ ମହାମିଶ୍ରଣ ପର୍ବର ଆୟୋଜନ ହେଉଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । କଂଗ୍ରେସ ଦଳ ସାଧାରଣ ଲୋକମାନଙ୍କର ଆସ୍ତା ଭାଜନ ହୋଇପାରିଛି ।" ଏନେଇ ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ କହିଛନ୍ତି,"ବିଜେଡି ଏବଂ ବିଜେପିର ବଡ ବିକଳ୍ପ କଂଗ୍ରେସ ବୋଲି ସାଧାରଣ ଲୋକମାନେ ଅନୁଭବ କଲେଣି । ଏଥର ପରିବର୍ତ୍ତନ ନିଶ୍ଚିତ ହେବ । ଆଗାମୀ ଦିନର କଂଗ୍ରେସ ଏକ ବଡ ମିଶ୍ରଣ ପର୍ବର ଆୟୋଜନ କରିବ । ଏହି ମିଶ୍ରଣ ପର୍ବରେ ବହୁ ପୂର୍ବତନ ବିଧାୟକ, ସାଂସଦମାନେ କଂଗ୍ରେସ ଦଳରେ ସାମିଲ ହେବେ । ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.