ETV Bharat / state

ଆପାର୍ଟମେଣ୍ଟରେ ଚୋରି ଚିନ୍ତା, ସିକ୍ୟୁରିଟି ଏଜେନ୍ସି ସହାୟତା ଲୋଡିଲା ପୋଲିସ

author img

By ETV Bharat Odisha Team

Published : Dec 15, 2023, 10:13 PM IST

Commissionerate Police Held Meeting: ଆପାର୍ଟମେଣ୍ଟରେ ଚୋରି ରୋକିବାକୁ ସିକ୍ୟୁରିଟି ଏଜେନ୍ସି ସହାୟତା ଲୋଡିଲା ପୋଲିସ । ଏନେଇ ଆପାର୍ଟମେଣ୍ଟ ସୁରକ୍ଷା ଦାୟିତ୍ବରେ ଥିବା ସିକ୍ୟୁରିଟି ଏଜେନ୍ସି ସହ ଆଲୋଚନା କରିଛି କମିଶନରେଟ ପୋଲିସ। ଅଧିକ ପଢନ୍ତୁ

apartment theft
ଆପାର୍ଟମେଣ୍ଟରେ ଚୋରି ଚିନ୍ତା
ଆପାର୍ଟମେଣ୍ଟରେ ଚୋରି ଚିନ୍ତା

ଭୁବନେଶ୍ବର: ଆପାର୍ଟମେଣ୍ଟରେ ଚୋରି ନେଇ ବଢିଲା ଚିନ୍ତା । ସିକ୍ୟୁରିଟି ଏଜେନ୍ସି ସହାୟତା ଲୋଡିଲା ପୋଲିସ । ଦୀର୍ଘ ଦିନ ଧରି ଆପାର୍ଟମେଣ୍ଟରୁ ଚୋରିକୁ ନେଇ ଟେନସନ ଲାଗି ରହିଥିବାବେଳେ ଚୋରିରୁ ବର୍ତ୍ତିବାକୁ ପୋଲିସ ଆରମ୍ଭ କରିଛି ନୂଆ ଷ୍ଟ୍ରାଟେଜି। ଏନେଇ ସମସ୍ତ ଆପାର୍ଟମେଣ୍ଟ ସୁରକ୍ଷା ଦାୟିତ୍ବରେ ଥିବା ସିକ୍ୟୁରିଟି ଏଜେନ୍ସି ସହ ଆଲୋଚନା କରିଛି କମିଶନରେଟ ପୋଲିସ। ରିଜର୍ଭ ବାଟାଲିୟନରେ ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ବୈଠକ ବସିଥିଲା। ସମସ୍ତ ଥାନା ଅଞ୍ଚଳରେ ଆକ୍ଟିଭ ଥିବା ସିକ୍ୟୁରିଟି ଏଜେନ୍ସିର ଅଧିକାରୀ, ସମସ୍ତ ଥାନାରେ ଥାନାଧିକାରୀ ଓ ଏସିପିଙ୍କୁ ନେଇ ବୈଠକରେ ଯୋଗ ଦେଇଥିଲେ।

ସୁଚନା ମୁତାବକ, ରାଜଧାନୀରେ ପ୍ରାୟ ୫୦ଟି ସିକ୍ୟୁରିଟି ଏଜେନ୍ସିର ଅଧିକାରୀ ଯୋଗଦେଇଥିଲେ। ଏପରିକି ଆପାର୍ଟମେଣ୍ଟଠାରୁ ଆରମ୍ଭ କରି ଏଟିଏମ୍ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ନିୟୋଜିତ ହେଉଥିବା ସିକ୍ୟୁରିଟି ଗାର୍ଡଙ୍କୁ ନେଇ ଆଲୋଚନା କରାଯାଇଛି। ସିକ୍ୟୁରିଟି ଗାର୍ଡମାନେ କିପରି ଟ୍ରେନିଂ ନେଇଛନ୍ତି ସେମାନଙ୍କୁ ନିତିଦିନ କେଉଁ କେଉଁ ସ୍ଥାନରେ କିପରି ନିୟୋଜିତ କରାଯାଉଛି ସେନେଇ ଆଲୋଚନା ହୋଇଛି। ଏପରିକି ସେମାନେ ନିତିଦିନ କିପରି ସମସ୍ୟା ସାମ୍ନା କରୁଛନ୍ତି। ରେଜିଷ୍ଟ୍ରିଭୁକ୍ତ ସମସ୍ତ ଥାନା ଅଞ୍ଚଳର ସିକ୍ୟୁରିଟି ଏଜେନ୍ସି ଏନେଇ ଆଲୋଚନା କରିଛନ୍ତି। ପୋଲିସ ପକ୍ଷରୁ ସେମାନଙ୍କୁ ଏକ ଗ୍ରୁପ ଜରିଆରେ ଯୋଡି ହେବା ସହିତ ସ୍ଥାନୀୟ ଥାନା ଅଧିକାରୀ ଓ ଏସିପି ମଧ୍ୟ ଏହି ଗ୍ରୁପରେ ଯୋଡ଼ି ହୋଇଛନ୍ତି।

ଯେଉଁ ଅଞ୍ଚଳରେ ଯେଉଁ ଘଟଣା ଘଟିବ ସେନେଇ ତୁରନ୍ତ ଖବର ଦେବା ସହ କୌଣସି ସନ୍ଦେହ ଜନକ ଘଟଣା ଘଟିଲେ ପୋଲିସକୁ ତୁରନ୍ତ ଜଣାଇବା ପାଇଁ କୁହାଯାଇଛି । ଏହାସହ ଡ୍ୟୁଟିରେ ଥିବା ସମୟରେ କିପରି କାର୍ଯ୍ୟ କରିବେ ସେ ଦିଗରେ ପରାମର୍ଶ ଦେଇଛି ପୋଲିସ । ଏନେଇ ସେମାନଙ୍କ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି । ତେବେ ଆଲୋଚନା ବେଳେ ଏକ ଘଟଣା ସାମ୍ନାକୁ ଆସିଛି । ଅନେକ ସ୍ଥାନରେ ରେଜିଷ୍ଟ୍ରି ଭୁକ୍ତ ସଂସ୍ଥାଠାରୁ ସିକ୍ୟୁରିଟି ନନେଇ କମ୍ ଦରମାରେ ବ୍ୟକ୍ତିଗତ ଭାବେ ସିକ୍ୟୁରିଟି ରଖାଯାଉଛି । ସେମାନେ ବିଶେଷ କରି ରେଜିଷ୍ଟ୍ରି ଭୁକ୍ତ ସିକ୍ୟୁରିଟି ଗାର୍ଡ ସଂସ୍ଥା ତୁଳନାରେ ଅଧିକ ବୟସ୍କ ଓ ସ୍ବାସ୍ଥ୍ୟ ଫିଟ୍ ନଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଟୁଇନ ସିଟିରେ ଜମି କିଣି ଖୋଲା ପକାଇଥିଲେ ସାବଧାନ, ବିନା କାଗଜପତ୍ରରେ ହୋଇଯିବ ଜମି ବିକ୍ରି !

ଫଳରେ କୌଣସି ଅପରାଧିକ ପରିସ୍ଥିତି ଉପୁଜିଲେ କିମ୍ବା ଅଘଟଣବେଳେ ସେମାନେ ମୁକାବିଲା ପାଇଁ ପ୍ରସ୍ତୁତ ହୋଇପାରୁନାହାନ୍ତି । ଏନେଇ ପୋଲିସ ପକ୍ଷରୁ ମଧ୍ୟ ଆଡଭାଇଜରି ଜାରି କରାଯାଇଛି ଯେ, Private Security Agencies (Regulation) Act, 2005 ଆଧାରରେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟିଗାର୍ଡ ହିଁ ନିୟୋଜିତ କରିପାରିବେ। ଯେଉଁମାନେ ପାଳନ କରୁନାହାନ୍ତି ସେମାନ ଏସବୁ ନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସହରରେ ଆପାର୍ଟମେଣ୍ଟର ଚୋରି ଓ ଏଟିଏମରୁ ଲୁଟ ତଥା ବ୍ୟବସାୟିକ ପ୍ରତିଷ୍ଠାନରୁ ଲୁଟପାଟ୍କୁ ଏଡାଇବା ପାଇଁ ପୋଲିସ ପକ୍ଷରୁ ଏହି ଆକ୍ସନ ପ୍ଲାନ୍ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.