ETV Bharat / state

ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ, ଖିଲାଫକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ - bhubaneswar news

ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକକୁ ନେଇ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ
ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ
author img

By

Published : Jul 8, 2023, 9:06 AM IST

Updated : Jul 8, 2023, 9:50 AM IST

ଭୁବନେଶ୍ବର: ଓଡ଼ିଶାର ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଏନେଇ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଭିସି ଜରିଆରେ ବସିଥିବା ଏହି ବୈଠକରେ ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରିବା ନିମନ୍ତେ ଆଲୋଚନା ହୋଇଛି । ସେହିପରି ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ଆବଶ୍ୟକତା ତଥା ଗୁରୁତ୍ୱ ସଂପର୍କରେ ଅତିରିକ୍ତ ଶାସନ ସଚିବ ଆଲୋକପାତ କରିଛନ୍ତି ।

ଏ ସଂକ୍ରାନ୍ତୀୟ ଆଇନର କଡ଼ାକଡ଼ି ଅନୁପାଳନ ପାଇଁ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ପୌର ନିର୍ବାହୀ ଅଧିକାରୀମାନଙ୍କୁ ସେ ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ୫୩ ହଜାର ୫୩୪ ପଞ୍ଜିକୃତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମଧ୍ୟରୁ ୪୮ ହଜାର ୫୪୭ଟି ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖାଯାଇଥିବା ଏବଂ ୨୭ଟି ଖିଲାପକାରୀ ପ୍ରତିଷ୍ଠାନ ବିରୁଦ୍ଧରେ ଜରିମାନା ଆଦାୟ ସହ ମୋକଦ୍ଦମା କରାଯାଇଥିବା ନେଇ ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଶ୍ରମ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ୧୭ଟି ଜିଲ୍ଲାରେ ବିଭିନ୍ନ ବାଣିଜିକ ସଂଘ ସହିତ ବୈଠକ କରାଯାଇଛି । ବାକି ଜିଲ୍ଲାଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ସଂକ୍ରାନ୍ତୀୟ ବୈଠକ ଶେଷ କରିବାକୁ ଏସିଏସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ମହାନଗର ନିଗମ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇ ଓଡ଼ିଆରେ ନାମଲେଖା ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରତି ୧୫ ଦିନରେ ଶ୍ରମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ନେଇ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବ । ୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ଗେଜେଟ ବିଜ୍ଞପ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି ।

ରାଜ୍ୟର ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ ଦ୍ୱାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ ମଧ୍ୟ କରାଯାଇଛି । ଏହି ନିୟମ ଅନୁଯାୟୀ ଖିଲାପକାରୀଙ୍କୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ୭ ଦିନିଆ ନୋଟିସ ଦିଆଯିବା ପରେ ଖିଲାପକାରୀଙ୍କୁ ପ୍ରଥମଥର ୫ ହଜାର ଟଙ୍କା ଓ ଦ୍ୱିତୀୟ ଥର ନିମନ୍ତେ ୨୫ ହଜାର ଟଙ୍କା ଜରିମାନା କରାଯିବାର ବ୍ୟବସ୍ଥା ରହିଛି ।

ଏହା ମଧ୍ୟ ପଢନ୍ତୁ- ଓଡ଼ିଆ ନାମଫଳକ ନେଇ ଶାସକ-ବିରୋଧୀ ମେଳି, ଖିଲାପିଙ୍କ ବିରୋଧରେ ହେଉ ଦୃଢ କାର୍ଯ୍ୟାନୁଷ୍ଠାନ

ତେବେ ବୈଠକରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଶାସନ ସଚିବ ଆର. ସନ୍ଥଗୋପାଳନ, ଶ୍ରମ ଆୟୁକ୍ତ ଡ. ତିରୁମାଲା ନାୟକ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲିପ ରାଉତରାଏ ସମେତ ବିଭିନ୍ନ ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଭିସି ଜରିଆରେ ଯୋଗ ଦେଇଛଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 8, 2023, 9:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.