ETV Bharat / state

Bus Strike Row: ସରକାର-ବସ୍ ମାଲିକ ସଂଘ ଆଲୋଚନା ଆରମ୍ଭ, ବାହାରିବ କି ନିଷ୍କର୍ସ

author img

By ETV Bharat Odisha Team

Published : Oct 26, 2023, 11:42 AM IST

Updated : Oct 26, 2023, 1:24 PM IST

ଆଜି ସରକାର ଓ ବସ ମାଲିକ ସଂଘର ଆଲୋଚନା ଆରମ୍ଭ ହୋଇଛି । ଏନେଇ ଖାରବେଳ ଭବନରେ ବୈଠକ ଆରମ୍ଭ ହୋଇଛି । କଣ ବାହାରିବ ନିଷ୍କର୍ସ । ତାହା ଉପରେ ସମସ୍ତଙ୍କ ନଜର ।

ଆଜି ସରକାର-ବସ୍ ମାଲିକ ସଂଘ ଆଲୋଚନା
ଆଜି ସରକାର-ବସ୍ ମାଲିକ ସଂଘ ଆଲୋଚନା
ସରକାର-ବସ୍ ମାଲିକ ସଂଘ ଆଲୋଚନା ଆରମ୍ଭ

ଭୁବନେଶ୍ବର: ଆଜି ଘରୋଇ ବସ ମାଲିକ ସଂଘ ସହ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଆଲୋଚନା ଆରମ୍ଭ ହୋଇଛି । ଖାରବେଳ ଭବନ ବୈଠକ ଆରମ୍ଭ ହୋଇଛି । ଖାରବେଳ ଭବନରେ ବସ ମାଲିକ ସଂଘ ପହଞ୍ଚିବା ପରେ ଆଲୋଚନା ହୋଇଛି । ବୈଠକରେ ଲକ୍ଷ୍ମୀ ବସ ଚଳାଚଳ ଅନ୍ୟ ପ୍ରସଙ୍ଗରେ ନେଇ ଆଲୋଚନା ଚାଲିଛି । ବିଭିନ୍ନ ଦାବି ନେଇ ସରକାରଙ୍କ ସହ ଆଲୋଚନା କରିବ ଘରୋଇ ବସ ମାଲିକ ସଂଘ । ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି ।

ବୈଠକରେ ବହୁ ବିଭାଗୀୟ ଅଧିକାରୀ ନଗର ଉନ୍ନୟନ ସଚିବ ସହ ପରିବହନ କମିଶନର ଉପସ୍ଥିତ ରହିଛନ୍ତି । ସେପଟେ ଆଲୋଚନା ପରେ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମ ଆଗରେ ଉତ୍ତର ରଖିବେ ବୋଲି କହିଛନ୍ତି ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ତେବେ ବୈଠକରୁ ନିଷ୍କର୍ସ ବାହାରୁଛି ନା ନାହିଁ ତାହା ଉପରେ ନଜର ରହିଛି ।

ଏହା ବି ପଢନ୍ତୁ...Bus strike in Odisha: ଆସନ୍ତା 31 ଯାଏଁ ଧର୍ମଘଟ ସ୍ଥଗିତ, ରାତିରୁ ଗଡିବ ବସ

ପ୍ରକାଶ ଥାଉ କି, ଗତ ଅକ୍ଟୋବର 20 ତାରିଖରେ ବସ ଧର୍ମଘର କରିଥିଲା ଘରୋଇ ବସ୍ ମାଲିକ ସଂଘ । ରାଜ୍ୟରେ ସବୁ ଜିଲ୍ଲାରେ ଏହି ଧର୍ମଘଟ ହୋଇଥିଲା । ଗୋଟିଏ ବି ବସ ଗଡି ନଥିଲା ଫଳରେ ଦଶହରା ଘରକୁ ଯିବା ଲୋକେ ହଇରାଣ ହୋଇଥିଲେ । ବିକଳ୍ପ ଭାବେ ଟ୍ରେନରେ ଯାତ୍ରା କରିବାକୁ ବାଛିଥିଲେ । ବସ ଚାଲୁନଥିଲା ଟ୍ରେନରେ ଅସମ୍ଭାଳ ଭିଡ ହୋଇଥିଲା । ଏହା ଛଡା ପ୍ରାଇଭେଟ ଗାଡି କରି ଅଧିକ ଟଙ୍କା ଦେଇ ଘରକୁ ଯିବାକୁ ଲୋକ ବାଧ୍ୟ ହୋଇଥିଲେ । ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ରାଜ୍ୟବ୍ୟାପୀ ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଥିଲା ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ସରକାରଙ୍କ ସହ ଆଲୋଚନା ପରେ ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଥିଲେ ।

ଏହା ବି ପଢନ୍ତୁ...Bus Strike Impact: ଗଡୁନି ବସ୍, ପାର୍ବଣରେ ଘରକୁ ଯିବା ନେଇ ଯାତ୍ରୀ ହନ୍ତସନ୍ତ

ଏହା ପରେ ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା କରିଥିଲେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ । ଆସନ୍ତା 31 ପର୍ଯ୍ୟନ୍ତ ବସ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା । ଆଜି ଆଉ ଥରେ ଆଲେଚନା କରିବାକୁ ତାରିଖ ଧାର୍ଯ୍ୟ ହୋଇଥିଲା ।

Last Updated : Oct 26, 2023, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.