ETV Bharat / state

ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା, ସତର୍କ ରହିବାକୁ ନିର୍ଦ୍ଦେଶ - ରାଜ୍ୟରେ ଲଗାଣ ବର୍ଷା

ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା । ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଅଧିକ ପଢନ୍ତୁ

ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା
ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା
author img

By

Published : Aug 3, 2023, 1:06 PM IST

Updated : Aug 3, 2023, 3:20 PM IST

ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ତେଣୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ବନ୍ୟାଜଳ ମୁଣ୍ଡଳୀରେ ସନ୍ଧ୍ୟା ସୁଦ୍ଧା ପିକରେ ପହଞ୍ଚିବ । ୯ ଲକ୍ଷରୁ ସାଢ଼େ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏନେଇ ଆଜି(ଗୁରୁବାର) ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି, ‘ମହାନଦୀ ବନ୍ୟାଜଳ ମୁଣ୍ଡଳୀରେ ସନ୍ଧ୍ୟା ସୁଦ୍ଧା ପିକରେ ପହଞ୍ଚିବାକୁ ଥିବାରୁ ଆଜି ରାତି ଆମ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ । ବଡ଼ ଧରଣର ନୁହେଁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି । ସ୍ଥିତି ଉପରେ ନଜର ରଖାଯାଇଛି । ଜିଲ୍ଲାପାଳମାନେ ସତର୍କ ଅଛନ୍ତି । ଜଳସମ୍ପଦ ବିଭାଗ ଅଧିକାରୀମାନେ ସଜାଗ ରହିଛନ୍ତି । ମୁଣ୍ଡଳୀରେ ବିପଦ ସଙ୍କେତ ସ୍ତର ୯୭.୨୫ ମିଟର । ବର୍ତ୍ତମାନ ବନ୍ୟାଜଳ ୯୩.୧୦ ଘନମିଟରରେ ପହଞ୍ଚିଛି ।’

‘ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁର ଠାରେ କମିବାକୁ ଲାଗିଲାଣି । କିଛି ବଡ଼ ଅଘଟଣ ହୋଇନାହିଁ । ଜେନାପୁର ପାଖରେ ଆଜି ସକାଳେ ବ୍ରାହ୍ମଣୀର ଜଳସ୍ତର ବଢିବାକୁ ଲାଗିଛି । ହେଲେ ବିପଦ ସଂକେତ ତଳେ ଅଛି । ମହାନଦୀ ବେସିନର ବରମୁଳ ଠାରେ ପ୍ରଚୁର ବର୍ଷା ହୋଇଛି । କିନ୍ତୁ ବରମୁଳରେ ପାଣି କମୁଛି । କାଣୀ ନଦୀରେ ସାମାନ୍ୟ କଟ ହୋଇଥିବା ଖବର ଆସିଛି । ତାକୁ ବଦଳା ଦିଆଯିବ । ଅନ୍ୟ କେଉଁଠୁ ନଦୀବନ୍ଧ ଭାଙ୍ଗିବା ପରିସ୍ଥିତି ଉପୁଜିନାହିଁ । SRC ଅଫିସରୁ ସବୁ ଜିଲ୍ଲପାଳମାନଙ୍କୁ ଆଲର୍ଟ କରାଯାଇଛି ।’

ଏହାମଧ୍ୟ ପଢନ୍ତୁ: ବୌଦ୍ଧରେ ବନ୍ୟା ଆଶଙ୍କା: ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ

ଆଜି ସକାଳ 6ଟାରେ SRC ବୈଠକ କରିଥିଲେ । ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି । ଆଜି ରାତି ଗୁରୁତ୍ବପୂର୍ଣ୍ଣ କାରଣ ରାତିରେ ବନ୍ୟା ଜଳ ପ୍ରବାହିତ ହେବ । ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି(ଶୁକ୍ରବାର) ସକାଳେ ପିକ ବନ୍ୟାଜଳ ପ୍ରବାହିତ ହେବ । ତେଣୁ ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇଛି । ମହାନଦୀ ପାଇଁ ଆଜି ରାତି ଗୁରୁତ୍ବପୂର୍ଣ୍ଣ ।

ବଂଶଧାରାରେ କିଛି ବିପଦ ନାହିଁ । ବରମୁଳରେ ଅଧିକ ବର୍ଷା ହୋଇଥିବାରୁ ନୟାଗଡ଼ର ଗଣିଆ, କଟକର ବାଙ୍କୀର ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ହୀରାକୁଦ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି । ସେଠାରେ ୯୦ରୁ ୧୦୦ ମିଲିମିଟର ବର୍ଷା ହୋଇଛି । ସୁନ୍ଦରଗଡ଼ର ଇବ ଓ ଭେଡେନ ସବ କ୍ୟାଚମେଣ୍ଟରେ ପ୍ରଚୁର ବର୍ଷା ହୋଇଛି । ହେଲେ ହୀରାକୁଦରେ ଜଳସ୍ତର କମ ଅଛି । ଛତିଶଗଡ଼ ଗେଟ ଖୋଲି ଦେଇଛି । ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଅସୁବିଧା ହେବ । ହେଲେ ଏ ବନ୍ୟାରେ ସେତେ ବଡ଼ ଅସୁବିଧା ହେବ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 3, 2023, 3:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.