ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାର୍କିଂ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଚିକିତ୍ସାଳୟର ମୁଖ୍ୟ ପ୍ରବେଶ ନିକଟରେ ନିୟମିତ ଶତାଧିକ ମୋଟର ସାଇକେଲ ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି । ଏହା ଦ୍ବାରା ରୋଗୀ ଓ ଜରୁରୀ କାଳୀନ ଗାଡିର ପ୍ରବେଶ ପ୍ରସ୍ଥାନ ପାଇଁ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।
ଚିକିତ୍ସାଳୟର ଶାନ୍ତି ଶୃଙ୍ଖଳା ଓ ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି । କିନ୍ତୁ ଉକ୍ତ ସଂସ୍ଥାର ସୁରକ୍ଷାକର୍ମୀଙ୍କ ଅବହେଳାରୁ ମୁଖ୍ୟ ଚିକିତ୍ସାଳୟରେ ବେଆଇନ ପାର୍କିଂ ଓ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଚିକିତ୍ସାଳୟରେ ପ୍ରାଚୀର ନ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଦେବେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ ସେ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ