ETV Bharat / state

ହକରଙ୍କ ମୁହଁରେ ଫୁଟିଲା ହସ: ମିଳିଲା ପରିଚୟପତ୍ର, ଆଗକୁ ମିଳିପାରେ ଅଣସଙ୍ଗଠିତ ଶ୍ରମିକ ମାନ୍ୟତା - ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ

ଖବରକାଗଜ ହକରଙ୍କୁ ଅଣସଙ୍ଗଠିତ ଶ୍ରମିକ ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ। ଆଜି ଖୋର୍ଦ୍ଧା ଜିଲ୍ଲାରେ 200ରୁ ଊର୍ଦ୍ଧ୍ଵ ହକରଙ୍କୁ ପରିଚୟ ପତ୍ର ବଣ୍ଟନ (News Hawkers get identy Card in khordha) କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ କୋରୋନା ସହାୟତା 6 ହଜାର ଟଙ୍କା ପ୍ରଦାନ କରିଛନ୍ତି ସରକାର । ଅଧିକ ପଢନ୍ତୁ

News Hawkers get Identity: ଖବରକାଗଜ ହକର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ମାନସ ମଙ୍ଗରାଜ

author img

By

Published : Jan 3, 2022, 5:06 PM IST

Updated : Jan 3, 2022, 5:45 PM IST

ଖୋର୍ଦ୍ଧା: ଖବରକାଗଜ ହକରଙ୍କୁ ପରିଚୟ ପତ୍ର ପ୍ରଦାନ (News Hawkers get identy in khordha) । ଖବରକାଗଜ ହକରଙ୍କୁ ଅଣସଙ୍ଗଠିତ ଶ୍ରମିକ ମାନ୍ୟତା ଦେବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତୃଣମୂଳ ସ୍ତରରୁ ହକରଙ୍କୁ ଚିହ୍ନଟ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ କୋରୋନା ସହାୟତା 6 ହଜାର ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

News Hawkers get Identity: ଖବରକାଗଜ ହକର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ମାନସ ମଙ୍ଗରାଜ

ଆଜି ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାର 200ରୁ ଊର୍ଦ୍ଧ୍ଵ ହକରଙ୍କୁ ପରିଚୟ ପତ୍ର ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ କରି ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ କରାଗଲା ଏବଂ ଏହା ପର୍ଯ୍ୟାୟ କ୍ରମେ ସବୁ ଜିଲ୍ଲାରେ କରାଯିବ ବୋଲି ସେ କହିଛନ୍ତି । ଖବରକାଗଜ ହକରଙ୍କ ପାଇଁ ସରକାର ବିଭିନ୍ନ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । କୌଣସି ଦୁର୍ଘଟଣା କିମ୍ବା ଅଘଟଣ ଘଟିଲେ ହକରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା କରାଯିବ ବୋଲି ଗଣମାଧ୍ୟମ ଉପଦେଷ୍ଟା କହିଛନ୍ତି । ମୃତ୍ୟୁକାଳୀନ ବୀମା ରାଶି ୨ ଲକ୍ଷ ଟଙ୍କା ରହିଛି।

ବିଶେଷକରି କୋରୋନା ମହାମାରୀ ସମୟରେ ଖବରକାଗଜ ହକର ମାନେ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆଇନ ଶୃଙ୍ଖଳା, କର୍ଫ୍ୟୁ,କଟକଣା ସମୟରେ ତାଙ୍କ ନିକଟରେ ପରିଚୟ ପତ୍ର ନଥିବାରୁ ସୁରକ୍ଷାଅଧିକାରୀଙ୍କ ରୋଷର ଶିକାର ମଧ୍ୟ ହୋଇଛନ୍ତି । ଲୋକଙ୍କ ନିକଟକୁ ସୂଚନା ପହଞ୍ଚାଇବାରେ ଏମାନେ ପ୍ରମୁଖ ଭୂମିକା ରହିଛି । ଏହାକୁ ବିଚାର କରି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଖବରକାଗଜ ହକରଙ୍କୁ ପରିଚୟ ପତ୍ର ସୁବିଧା ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର,ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ପ୍ରମୁଖ ଯୋଗଦେଇ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jan 3, 2022, 5:45 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.