ETV Bharat / state

ମଦ ପାଇଁ ଟଙ୍କା ନଦେବାରୁ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଓ ଜଣେ ଅଣଛାତ୍ର ଗିରଫ - ମଦ ପାଇଁ ଟଙ୍କା ନଦେବାରୁ ଛାତ୍ରଙ୍କୁ ମାରଣାନ୍ତକ ଆକ୍ରମଣ

ମଦ ପାଇଁ ଟଙ୍କା ନଦେବାରୁ ବିଜେବି କଲେଜ ଏମବିଏ ଛାତ୍ରଙ୍କୁ ମାରଣାନ୍ତକ ଆକ୍ରମଣ । ଏହି ଘଟଣାରେ ଦୁଇ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

attack on student in bhubaneswar
ବିଜେବି କଲେଜ ଛାତ୍ରଙ୍କୁ ଆକ୍ରମଣ
author img

By

Published : Apr 16, 2023, 10:33 PM IST

ବିଜେବିର ଦୁଇ ସିନିୟର ଛାତ୍ର ଗିରଫ

ଭୁବନେଶ୍ବର: ବିଜେବି କଲେଜ ଏମବିଏ ଛାତ୍ରଙ୍କୁ ମାରଣାନ୍ତକ ଆକ୍ରମଣ । ମଦ ପାଇଁ ଟଙ୍କା ନଦେବାରୁ ଜୁନିୟରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଛାତ୍ର ଜଣକ ହେଉଛନ୍ତି ଶାଶ୍ବତ ପଣ୍ଡା । ଏହି ଘଟଣାରେ ବଡ଼ଗଡ଼ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେବି କଲେଲଜର ଛାତ୍ର ଓ ଅନ୍ୟ ଜଣେ ଅଣଛାତ୍ର ବୋଲି ଜଣାପଡ଼ିଛି ।

ପୋଲିସର ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ବିଜେବି କଲେଜ ଏମବିଏ ଶାଶ୍ବତ ପଣ୍ଡା ଘରକୁ ଫେରୁଥିବା ବେଳେ କଲେଜ ପାଖ ଓମଫେଡ ଷ୍ଟଲ ପାଖକୁ କିଛି ଯୁବକ ତାଙ୍କୁ ଡାକିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଇଥିଲେ । ଏହାପରେ ମଦ ପିିଇବା ପାଇଁ ଶାଶ୍ବତଙ୍କୁ ଟଙ୍କା ମାଗିଥିଲେ ଦୁଇ ଜଣ ଯୁବକ । ତେବେ ଟଙ୍କା ଦେବାକୁ ମନା କରିଥିଲେ ଶାଶ୍ବତ । ଏତିକିରେ କ୍ରୋଧଭର ହୋଇ ସେମାନେ ଶାଶ୍ବତଙ୍କ ଉପରେ ଆକ୍ରମଣ କରିଥିଲେ । କାଚ ବୋତଲରେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ବେକ ଓ ପିଠିରେ ଶକ୍ତି ଆଘାତ ଲାଗିବାରୁ ସେ ତଳେ ପଡ଼ିଯାଇଥିଲେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଏହି ଘଟଣା ନେଇ ଶାଶ୍ବତ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି, ବିଜେବି କଲେଜର ଇଣ୍ଟିଗ୍ରେଟେଡ ଏମସିଏର ଛାତ୍ର ମାନସ ପ୍ରଧାନ ଏବଂ ସହ ସହଯୋଗୀ ଅଣଛାତ୍ର ପଙ୍କଜ ମହାନ୍ତି । ଏନେଇ ଅଭିଯୋଗକାରୀ କହିଛନ୍ତି, " ସେମାନେ ମୋ ପେଟକୁ ଆକ୍ରମଣ କରିଥିଲେ । ହେଲେ ସୋଭାଗ୍ୟ ବଶତଃ ପିଠି ଓ ବେକରେ ଲାଗିଲା । ସିନିୟର ଛାତ୍ର କିଛି ଅଣଛାତ୍ରଙ୍କ ସହ ମିଶି କ୍ୟାମ୍ପସ ଭିତରେ ଓ ବାହାରେ ଉତ୍ତେଜନା ସୃଷ୍ଟି କରୁଛନ୍ତି । ପୋଲିସ ଉପରେ ଭରସା ଅଛି ଠିକ କାର୍ଯାନୁଷ୍ଠାନ ନେବ ।"

ଆଇପିସିର ଧାରା 307,324,326,506,୩୪୧,୨୯୪,୩୮୪ ,୩୪ ଭଳି ମାମଲାରେ ଉଭୟଙ୍କୁ କୋର୍ଚ ଚାଲାଣ କରିଛି ପୋଲିସ । ଏହି ଘଟଣାରେ ଅନ୍ୟ କେତେକ ଯୁବକଙ୍କ ସମ୍ପୃକ୍ତି ଥିବାବେଳେ ସେମାନେ ଫେରାର ଥିବା ଜଣାପଡ଼ିଛି । ତେବେ କଲେଜ କ୍ୟାମ୍ପସ ପରିସରରେ ଏପରି ଗଣ୍ଡଗୋଳ ଘଟଣା ନୂଆ ନୁହେଁ । ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନେଇ ପୂର୍ବରୁ ଅନେକ ଛାତ୍ର ଗିରଫ ହୋଇଛନ୍ତି । ତଥାପି କଲେଜ ପରିସରରେ ଆତଙ୍କ ଖେଳାଇବା ସହ ଅପରାଧିକ କାର୍ଯ୍ୟକଳାପ କରିବାକୁ ପଛଉନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.