ETV Bharat / state

ଧାମନଗର ବିଜୟ ପାଇଁ ଜି ଜାନ ଲଗେଇ ଲଢିବୁ: ମନ୍ତ୍ରୀ ପ୍ରତାପ ଦେବ

author img

By

Published : Oct 19, 2022, 8:42 PM IST

ଧାମନଗର (Dhamnagar By Poll) ଦଖଲ ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜନୈତିକ ଦଳ । ପ୍ରତି ପଞ୍ଚାୟତରେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଆୟୋଜନ କରିଛି ବିଜେପି । ଏହାର ପ୍ରଭାବ ବିଜେଡି ଉପରେ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ କେଶରୀ ଦେବ । ଅଧିକ ପଢନ୍ତୁ

ମନ୍ତ୍ରୀ ପ୍ରତାପ ଦେବ
ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ବର: ଧାମନଗର (Dhamnagar By Poll) ଦଖଲ ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜନୈତିକ ଦଳ । ପ୍ରତି ପଞ୍ଚାୟତରେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଆୟୋଜନ କରିଛି ବିଜେପି । ଏହାର ପ୍ରଭାବ ବିଜେଡି ଉପରେ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ କେଶରୀ ଦେବ । ସେପଟେ ଧାମନଗର ବିଜୟ ଲାଗି ଦଳ ଜି ଜାନ ଲଗେଇ ଲଢିବ ବୋଲି କହିଛନ୍ତି ପ୍ରତାପ ।

ଧାମନଗର ବିଜୟ ପାଇଁ ଜି ଜାନ ଲଗେଇ ଲଢିବୁ: ମନ୍ତ୍ରୀ ପ୍ରତାପ ଦେବ

ପ୍ରତାପ କହିଛନ୍ତି ଯେ, ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହୋଇସାରିଛନ୍ତି । ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହେବା, ଫରକ ପଡିବ କି ନପଡିବ ସେ ନେଇ ଏବେ ଚିନ୍ତା କରିବା ଅନୁଚିତ । ଯୁଧ୍ୟଂ ଦେହୀ ଡାକରା ଦିଆଯାଇସାରିଛି । ପଛକୁ ଅନେଇବାର କୌଣସି ଅବକାଶ ନାହିଁ । କୌଣସି ନିର୍ବାଚନକୁ ବିଜେଡି ଢିଲା ଦିଏ ନାହିଁ । ସଭାପତିଙ୍କ ଠାରୁ ଆରମ୍ଭ କରି କର୍ମକର୍ତ୍ତା ଜି ଜାନ ଲଗେଇ ଲଢ଼ିବୁ । ନିର୍ବାଚନ ଜିତିବାକୁ ସର୍ବୋଚ୍ଚ ପ୍ରୟାସ କରାଯିବ । ଯେତେବେଳେ ରାଜେନ୍ଦ୍ର ଦଳର ସଦସ୍ୟ ଥିଲେ, ଦଳର ନିଷ୍ପତ୍ତି ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଏହାକୁ ଦଳ ବିରୋଧୀ ବୋଲି ଧରାଯିବ । ଗଣତନ୍ତ୍ରରେ ସମସ୍ତେ ନିର୍ବାଚନ ଲଢ଼ିପାରିବେ । ସେ ପ୍ରାର୍ଥୀ ହୋଇଛନ୍ତି, ଦଳ ତାର କାର୍ଯ୍ୟକ୍ରମ କରିବ । ଜିତିବା ଆଭିମୁଖ୍ୟ ନେଇ ନିର୍ବାଚନ ଲଢ଼ିବ ।

ଏହା ମଧ୍ୟ ପଢନ୍ତୁ: ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ପଞ୍ଚାୟତରେ ବିଜେପି ଦିବଂଗତ ବିଧାୟକ ବିଷ୍ଣୁ ସେଠିଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରୁଛି । ଦିବଂଗତ ନେତାଙ୍କୁ ରାଜନୀତିର ପଶାପାଲିରେ ମୋହରା କରିବା କେତେ ଠିକ ମୁଁ କହିପାରିବିନି । କିନ୍ତୁ ବିଜେପି ଦିବଂଗତ ନେତାଙ୍କ ଫୋଟ ଧରି ଧାମନଗରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରିବା ଏକ ନିର୍ବାଚନୀ ରଣକୌଶଳ । ଏହାର ପ୍ରଭାବ ବିଜେଡି ଉପରେ ପଡିବ ନାହିଁ ।

ସେପଟେ ଧାମ ନଗର ଉପନିର୍ବାଚନର ନେଇ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି ଯେ, ବିଜୟ ନେଇ କୌଣସି ସନ୍ଦେହ ନାହିଁ । ନିଶ୍ଚିତ ଆମେ ଜିତିବୁ । ଦଳ ସହ ଯୁବ, ଛାତ୍ର ଓ ମହିଳା ଶକ୍ତି ରହିଛି । ଅବନ୍ତୀ ଦାସ ମିଶନ ଶକ୍ତି ମହିଳା । 2019 ପରେ ଯେତେ ନିର୍ବାଚନ ହୋଇଛି ବିଜେଡି ସହ ଜନମତ ରହିଛି । ଅବନ୍ତୀ ଦାସ ଉପନିର୍ବାଚନରେ ନିଶ୍ଚିତ ଜିତିବେ, ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ । ବିକାଶ ବିଜୁ ଜନତା ଦଳର ମୂଳମନ୍ତ୍ର । ଅନୁକମ୍ପା ଭୋଟ ଦ୍ଵାରା ବିକାଶ ହେବନାହିଁ । ବାଲେଶ୍ବର ଉପ ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି । ବାଲେଶ୍ଵର ପରି ଧାମନଗରରେ ବି ବିଜେଡି ଜିତିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.