ଖୋର୍ଦ୍ଧା: ଦେଶର ରାଜଧାନୀରେ ଆରମ୍ଭ ହୋଇଗଲାଣି କୋରୋନାର ଦ୍ବିତୀୟ ଲହର, ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଲହରରେ ରୋକ ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଲହରର ଚେନକୁ ଅଟକାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ବାଧ୍ୟତାମୂଳକ କରାଯାଇଛି ।
ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ମାସ୍କ ଚେକିଂକୁ କଡାକଡି କରାଯାଇଛି । ସେହିଭଳି ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବଡ଼ବେରଣା, ଗୋବିନ୍ଦପୁର ଏବଂ ସିମର ଛକରେ ବେଗୁନିଆ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ ମାସ୍କ ଚେକିଂ କରି କୋଭିଡ ନିୟମ ମନୁନଥିବା ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିଛନ୍ତି ।
ସେହିଭଳି ବାଘମାରି କଣ୍ଟିଲୋ 48ନଂ ରାଜ୍ୟ ରାଜପଥରେ ଚାଲୁଥିବା ଦୁଇଟି ବସରୁ ସରକାରଙ୍କ ନିୟମ ମାନିନଥିବା ଅଭିଯୋଗରେ ଫାଇନ କଟାଯାଇଛି । ଆଗକୁ ମଧ୍ୟ ଏହି ଚେକିଂ ଆହୁରି କଡାକଡି କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ