ETV Bharat / state

ଖୋର୍ଦ୍ଧାରେ କୁକୁଡ଼ା ମଡକ, କାରଣ ଅସ୍ପଷ୍ଟ - Mass Poultry Deaths At A Farm

ଖୋର୍ଦ୍ଧା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ କୁକୁଡ଼ା ମଡ଼କ। ଗତ ୨ ରୁ ୩ ଦିନ ମଧ୍ୟରେ ମଲେଣି ହଜାର ହଜାର କୁକୁଡା । ବାର୍ଡ ଫ୍ଲୁ ଆଶଙ୍କା ।

ଖୋର୍ଦ୍ଧାରେ କୁକୁଡ଼ା ମଡକ, କାରଣ ଅସ୍ପଷ୍ଟ
ଖୋର୍ଦ୍ଧାରେ କୁକୁଡ଼ା ମଡକ, କାରଣ ଅସ୍ପଷ୍ଟ
author img

By

Published : Jan 7, 2021, 11:33 AM IST

Updated : Jan 7, 2021, 3:54 PM IST

ଖୋର୍ଦ୍ଧା:ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ କୁକୁଡ଼ା ମଡ଼କ । କୁକୁଡ଼ା ଫାର୍ମରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରି ପଡିଛନ୍ତି। ଗତ ୨ ରୁ ୩ ଦିନ ହେବ କୁକୁଡ଼ା ପ୍ରବଳ ମାତ୍ରାରେ କୁକୁଡା ମରୁଥିବା ବେଳେ କୁକୁଡ଼ାକୁ ପୋତି ଦିଆଯାଉଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରେ କୁକୁଡ଼ା ମଡକ, କାରଣ ଅସ୍ପଷ୍ଟ

କୁକୁଡା ମଡ଼କ ଖବର ଗଣମାଧ୍ୟମରେ ପ୍ରସାରଣ ହେବାପରେ ଘଟଣାସ୍ଥଳରେ ଖୋର୍ଦ୍ଧା ମୁଖ୍ୟ ପ୍ରାଣୀ ଚିକିତ୍ସକ ଏବଂ କଟକସ୍ଥିତ ପ୍ରାଣୀରୋଗ ବିଶେଷଜ୍ଞର ସହ ନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପରୀକ୍ଷା ପାଇଁ କୁକୁଡ଼ାଙ୍କ 10ଟି ମୃତ ପକ୍ଷୀ ଭୋପାଳ ପଠାଯାଇଥିବା ଜଣାପଡ଼ିଛି ।

ଖୋର୍ଦ୍ଧାରେ କୁକୁଡ଼ା ମଡକ, କାରଣ ଅସ୍ପଷ୍ଟ

ତେବେ ମୃତ କୁକୁଡ଼ା ଗୁଡିକୁ ନିୟମ ଅନୁସାରେ ଜେସିବି ମେସିନ ସାହାଯ୍ୟରେ ପୋତାଯାଇଛି । ସେହିପରି ସ୍ଥାନୀୟ ଅଞ୍ଚଳରେ ଥିବା ଅନ୍ୟ ଫାର୍ମ ଗୁଡିକରୁ କୁକୁଡାଙ୍କ ନମୁନା ସଂଗ୍ରହ କରାଯିବ ବୋଲି କହିଛନ୍ତି ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ । ସେପଟେ ରିପୋର୍ଟ ଆସିବା ପରେ କୁକୁଡ଼ା ମୃତ୍ୟୁର କାରଣ ସ୍ପଷ୍ଟ ହେବ । ସେପଟେ ରାଜସ୍ଥାନ ଓ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ବାର୍ଡ ଫ୍ଲୁ ଆରମ୍ଭ ହୋଇଯାଇଥିବା ବେଳେ ଖୋର୍ଦ୍ଧାରେ ଏପରି କୁକୁଡା ମଡକକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jan 7, 2021, 3:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.