ETV Bharat / state

Odisha CHSE Exam: ପରୀକ୍ଷାରେ ସହଯୋଗ ପାଇଁ ଅଧ୍ୟାପକଙ୍କୁ ଧନ୍ୟବାଦ: ଗଣଶିକ୍ଷା ମନ୍ତ୍ରୀ

ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ଏହା ଆସନ୍ତା ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାରେ କପି ରୋକିବା ପାଇଁ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 1, 2023, 9:53 PM IST

ପରୀକ୍ଷାରେ ସହଯୋଗ ପାଇଁ ଅଧ୍ୟାପକଙ୍କୁ ଧନ୍ୟବାଦ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିବାରୁ ୬୬୨ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ଧନ୍ୟବାଦ । ସହଯୋଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧ୍ୟାପକଙ୍କୁ ଅନୁରୋଧ କରାଯାଇଥିଲା । ସାରା ରାଜ୍ୟରେ ସ୍ୱଚାରୂପେ ପରୀକ୍ଷା ଚାଲିଛି । ଆଜି ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ମନ୍ତ୍ରୀ କହିଛନ୍ତି, ‘‘ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିବାରୁ ୬୬୨ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ଧନ୍ୟବାଦ । ସହଯୋଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧ୍ୟାପକଙ୍କୁ ଅନୁରୋଧ କରାଯାଇଥିଲା । ସାରା ରାଜ୍ୟରେ ସ୍ୱଚାରୂପେ ପରୀକ୍ଷା ଚାଲିଛି ।’’ ସେହିପରି ସୋସିଆଲ ମିଡିଆରେ ବୁଲୁଥିବା ପରୀକ୍ଷା ପ୍ରଶ୍ନ ପତ୍ର ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଏହା କିଛି ଲୋକ ଦଲାଲି କରିବା ପାଇଁ ଏସବୁ କରିଛନ୍ତି । କିନ୍ତୁ ଯେଉଁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ବୁଲୁଛି ତାହା ନକଲି । ଏହାକୁ ନେଇ ପରିଷଦ ପକ୍ଷରୁ ସାଇବର ଥାନାରେ ଏତଲା ଦିଆଯାଇଛି । ଛାତ୍ରଛାତ୍ରୀ ଚିନ୍ତା ମୁକ୍ତ ହୋଇ ଆତ୍ମବିଶ୍ବାସର ସହ ପରୀକ୍ଷା ଦିଅନ୍ତୁ ।

ଏହାବି ପଢନ୍ତୁ- Odisha New CS: ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନାଙ୍କ ଦାୟିତ୍ୱ ଗ୍ରହଣ

ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ଏହା ଆସନ୍ତା ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାରେ କପି ରୋକିବା ପାଇଁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି । ଯେଉଁଥିରେ କଳା ବିଭାଗରେ ୨ ଲକ୍ଷ ୩୩ ହଜାର ୮୫୫ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୯୩ ହଜାର ୮୯୪, ବାଣିଜ୍ୟ ବିଭାଗରେ ୨୪ ହଜାର ୩୩୧ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫ ହଜାର ୮୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୧ ହଜାର ୫୯୦ କଲେଜର ୧ ଲକ୍ଷ ୭୩ ହଜାର ୫୩୪ ଛାତ୍ର ରହିଛନ୍ତି । ଏହାବାଦ ୧ ଲକ୍ଷ ୮୪ ହଜାର ୪୦୮ ଜଣ ଛାତ୍ରୀ ରହିଛନ୍ତି ।

ଏହାବି ପଢନ୍ତୁ- ଗଲଓ୍ବାନ ଶହୀଦଙ୍କ ପିତାଙ୍କୁ ବିହାର ପୋଲିସ ମାଡ ଘଟଣା, ନୀତିଶଙ୍କ ସହ କଥା ହେଲେ ରାଜନାଥ

ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଗୁଲାର ପରୀକ୍ଷାର୍ଥୀ ୩ ଲକ୍ଷ ୩୮ ହଜାର ୨୨୧ ଜଣ ରହିଛନ୍ତି । ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ୧୭ ହଜାର ୬୯୬ ଓ ଦୂର ନିରନ୍ତରରେ ୨ ହଜାର ୨୫ ଜଣ ପରୀକ୍ଷାର୍ଥୀ ଅଛନ୍ତି। ପରୀକ୍ଷା ପାଇଁ ସାରା ରାଜ୍ୟରେ ୨୦୨ ଟି ପରୀକ୍ଷା ପରିଚାଳନା ହବ ହୋଇଛି । ଏହାରି ଅଧିନରେ ୧ ହଜାର ୧୪୫ ଟି ପରୀକ୍ଷା କେନ୍ଦ୍ର ପରିଚାଳିତ ହେଉଛି । ଏଥିମଧ୍ୟରେ ୬ ଟି ଉପ-ପରୀକ୍ଷା କେନ୍ଦ୍ର ରହିଛି। ଏତତ ବ୍ୟତୀତ ୪୪୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ୨ କଲେଜକୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.