ETV Bharat / state

ପୋଲିସକୁ ସଙ୍ଘବଦ୍ଧ ଆକ୍ରମଣ, 3 ଆହତ - attack on police in khurdha

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡ଼ ନୟାପଲି ଗ୍ରାମରେ ପୋଲିସକୁ ହୋଇଛି ସଙ୍ଘବଦ୍ଧ ଆକ୍ରମଣ । ଗାଁର 20ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମିଶି ପୋଲିସ ଉପରକୁ ଢେଲା ପଥର ଓ ଠେଙ୍ଗାରେ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ...

ପୋଲିସ ଉପରେ ସଙ୍ଘବଦ୍ଧ ଆକ୍ରମଣ, 3 ପୋଲସ କର୍ମଚାରୀ ଆହତ

author img

By

Published : May 25, 2020, 5:40 PM IST

ଖୋର୍ଦ୍ଧା : ପୋଲିସକୁ ହୋଇଛି ସଙ୍ଘବଦ୍ଧ ଆକ୍ରମଣ । ଆଉ ଏହି ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଆକ୍ରମଣରେ ଜଣେ ସବଇନିସପେକ୍ଟରଙ୍କ ସହ ଦୁଇ ଜଣ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡ଼ ନୟାପଲି ଗ୍ରାମରେ ।

ପୋଲିସ ଉପରେ ସଙ୍ଘବଦ୍ଧ ଆକ୍ରମଣ, 3 ପୋଲସ କର୍ମଚାରୀ ଆହତ

ଗାଁରେ ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ନାବାଳକ ଅପହରଣ କରିଥିବା ବେଗୁନିଆ ଥାନାରେ ନାବାଳିକାଙ୍କ ବାପା ଅଭିଯୋଗ କରିଥିଲେ । ରବିବାର ରାତିରେ ନାବାଳକ ଜଣକ ତାଙ୍କ ଘରକୁ ଫେରିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବେଗୁନିଆ ପୋଲିସର ଏକ ସେହି ଟିମ୍‌ ଚଢ଼ାଉ କରିଥିଲା । ପୋଲିସର ଚଢ଼ାଉ ଦେଖି 20ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମିଶି ପୋଲିସ ଉପରକୁ ଢେଲା ପଥର ଓ ଠେଙ୍ଗାରେ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ବେଗୁନିଆ ଥାନାର ଜଣେ ସବଇନିସପେକ୍ଟର ଓ ଦୁଇଜଣ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେଇ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.