ETV Bharat / state

ମାସ୍କ ଓ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରି ୧୨ ହଜାର ଗଣିଲେ 24 ଜଣ - ମହାମାରୀ କୋରୋନା

ମହାମାରୀ କୋରୋନାକୁ ନେଇ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର । ମାସ୍କ ଏବଂ ସାମାଜିକ ଦୂରତ୍ବ ନିୟମର ଉଲ୍ଲଘଂନ କରିଥିବା ୨୪ ଜଣ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ଟଙ୍କା ଫାଇନ୍‌ ଆଦାୟ କଲେ ବାଣପୁର ତହସିଲଦାର । ଅଧିକ ଜାଣନ୍ତୁ...

masks-and-social-distance-rules-violate-banapur-tahasildar-collect-12-thousend
ମାସ୍କ ଏବଂ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରିଥିବା ଲୋକଙ୍କ ଠାରୁ ୧୨ ହଜାର ଟଙ୍କା ଫାଇନ୍‌ ଆଦାୟ
author img

By

Published : Jun 11, 2020, 8:43 PM IST

ଖୋର୍ଦ୍ଧା: ମହାମାରୀ କୋରୋନାକୁ ନେଇ ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କିଛି ଅମାନିଆ ଏହି ନିଷ୍ପତ୍ତିକୁ ଭୃକ୍ଷେପ କରୁନାହାନ୍ତି। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହାର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ନିକଟରୁ ଜରିମାନା ଆଦାୟ କରିଛନ୍ତି ବାଣପୁର ତହସିଲଦାର ।

ମାସ୍କ ଏବଂ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରିଥିବା ଲୋକଙ୍କ ଠାରୁ ୧୨ ହଜାର ଟଙ୍କା ଫାଇନ୍‌ ଆଦାୟ

ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲଦାର ଓ ନାଚୁଣି ଫାଣ୍ଡି ପୋଲିସଙ୍କ ନେତୃତ୍ବରେ ନାଚୁଣି ବଜ଼ାର ଓ ଏହାର ଆଖ ପାଖରେ ମିଳିତ ଭାବେ ଚଢାଉ କରାଯାଇଥିଲା। ମାସ୍କ ଏବଂ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରୁଥିବା ୨୪ ଜଣ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ଟଙ୍କା ଫାଇନ୍‌ ଆଦାୟ କରାଯାଇଥିଲା। ଚଢାଉ କରିବା ସହିତ ସାଧାରଣ ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ ତହସିଲଦାର। ବିନା କାମରେ ଘରୁ ନ ବାହାରିବା ତଥା ମାସ୍କ ଏବଂ ସାମାଜିକ ଦୂରତ୍ବର ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହା ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କଲେ ପରବର୍ତ୍ତୀ ସମୟରେ ୧୦୦୦ ଟଙ୍କାର ଫାଇନ୍‌ ଆଦାୟ କରାଯିବା ବୋଲି ଚେତାବନୀ ଦେଇଥିଲେ ବାଣପୁର ତହସିଲଦାର।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.