ETV Bharat / state

ରାଜଧାନୀରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ, ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଲେ

author img

By ETV Bharat Odisha Team

Published : Jan 3, 2024, 10:38 AM IST

Updated : Jan 3, 2024, 1:08 PM IST

Man Attacked By Mask Miscreants: ନୂଆବର୍ଷ ଆରମ୍ଭରୁ ରକ୍ତ ରଞ୍ଜିତ ରାଜଧାନୀ । ଶୈଳଶ୍ରୀ ବିହାରରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ । କ୍ଲବ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ । ଅଧିକ ପଢନ୍ତୁ

Mask miscreants in Bhubaneswar
ରାଜଧାନୀରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ

ଭୁବନେଶ୍ବର: ନୂଆବର୍ଷ ଆରମ୍ଭରୁ ରକ୍ତ ରଞ୍ଜିତ ରାଜଧାନୀ । ଭୁବନେଶ୍ବରରେ ମାତିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ । ଶୈଳଶ୍ରୀ ବିହାର ଏଫ୍.ଆର୍ କଲୋନୀରେ ଜଣେ କ୍ଲବ କର୍ମଚାରୀଙ୍କୁୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ଥାନୀୟ ସିସିଟିଭି ଫୁଟେଜ ଆଧାରରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନା ଅନୁଯାୟୀ, ସୋମବାର ରାତିରେ ରାଜଧାନୀ ଭୁବନେଶ୍ବରସ୍ଥିତ ଶୈଳଶ୍ରୀ ବିହାର ଏଫ୍.ଆର୍ କଲୋନୀରେ ଏକ କ୍ଲବରେ କାର୍ଯ୍ୟରତ ସଂଗ୍ରାମ ନାମକ ଜଣେ କର୍ମଚାରୀଙ୍କୁ 10ରୁ 12 ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ସେ ଜୀବନ ବଞ୍ଚାଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ପଥର ଫୋପାଡି ମୁଣ୍ଡକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସଂଗ୍ରାମଙ୍କର ଦୁଇ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ... ରାଜଧାନୀରେ ବୃଦ୍ଧଙ୍କୁ ବ୍ଲେଡ୍ ମାରି ଲୁଟ

ତେବେ ଦୀର୍ଘ 35 ମିନିଟ୍ ଧରି ଆତଙ୍କରାଜ ଚଳାଇଥିଲେ ଦୁର୍ବୃତ୍ତମାନେ । ପାଖରେ ରଖାଯାଇଥିବା ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ିକୁ ମଧ୍ୟ ଫର୍ସାରେ ହାଣି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ତେବେ ଏହାର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିବା ବେଳେ ଏହାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି ।

ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ପୋଲିସ । କ୍ଲବ୍ ଭିତରେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି । ତେବେ ଏହା ପଛର ଅସଲ କାରଣ ସାମ୍ନାକୁ ଆସିନଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଏହା ପଛର କାରଣ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ତେବେ ରାଜଧାନୀ ଭୁବନେଶ୍ବରରେ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଗତ କିଛି ଦିନ ତଳେ ମଧ୍ୟ ଏୟାରପୋର୍ଟ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା । ଏନେଇ ପୋଲିସ ଦୁଇ ଗୋଷ୍ଠୀର ପାଖାପାଖି ୯ ଜଣଙ୍କୁ ଗିରଫ କରିଥିଲା । ତେବେ ଅପରାଧିମାନେ ଖୁଲମଖୁଲା ଆକ୍ରମଣ କରି ପୋଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଉଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ କ'ଣ ରହିବ ତାହା ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 3, 2024, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.