ETV Bharat / state

ଶହୀଦ ଦେବାଶିଷଙ୍କୁ ଗାର୍ଡ ଅଫ୍ ଅନର, ଜନ୍ମମାଟି ଅଭିମୁଖେ ପାର୍ଥିବ ଶରୀର

author img

By

Published : Apr 22, 2023, 10:09 AM IST

Updated : Apr 22, 2023, 11:05 AM IST

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି ଶହୀଦ ଦେବାଶିଷଙ୍କ ମରଶରୀର । ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଅଧିକ ପଢନ୍ତୁ

Etv Bharat
Etv Bharat

ଶହୀଦ ଦେବାଶିଷଙ୍କୁ ଗାର୍ଡ ଅଫ୍ ଅନର

ଭୁବନେଶ୍ବର: ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳ । ଏହି ଦୁଃଖଦ ଘଟଣାର ଦୁଇ ଦିନ ପରେ ଆଜି ଗାଁ ମାଟିରେ ପହଞ୍ଚିବ ଦେବାଶିଷଙ୍କ ପାର୍ଥିବ ଶରୀର । ଏହାପୂର୍ବରୁ ଆଜି ସକାଳୁ ଭୁବନେଶ୍ବର ବିମାନ ବନ୍ଦରରେ ଶହୀଦ ଯବାନଙ୍କ ମରଶରୀର ପହଞ୍ଚିଛି । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଶହୀଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହି ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ମନ୍ତ୍ରୀ ତୁଷାରକାନ୍ତି ବେହେର।, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡ , ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ ଙ୍କ ସହ ୧୨୦ ବାଟାଲିଅନର ବରିଷ୍ଠ ସେନା ଅଧିକାରୀ, ଅନ୍ୟ ସେନାଧିକାରୀ ଓ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଚଳି ଜଣାଇଥିଲେ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଜନ୍ମମାଟି ସତ୍ୟବାଦୀ ବ୍ଲକ ଅଭିମୁଖେ ବାହାରିଛି ଶହୀଦ ଦେବାଶିଷଙ୍କ ପାର୍ଥିବ ଶରୀର ।

ଏହା ମଧ୍ୟ ପଢନ୍ତୁ-Debasish Biswal Mortal Remains: କାଲି ସକାଳ 10ଟାରେ ପହଞ୍ଚିବ ଦେବାଶିଷଙ୍କ ପାର୍ଥିବ ଶରୀର

ଏପଟେ ପୁଅକୁ ହରାଇ ସ୍ତବ୍ଧ ହୋଇଯାଇଛନ୍ତି ପରିବାର ଲୋକେ । କାନ୍ଦି କାନ୍ଦି ମାଟିରେ ଲୋଟି ପଡୁଛି ମାଆ ଓ ସ୍ବାମୀଙ୍କୁ ହରାଇ କାନ୍ଦି ଗାନ୍ଦି ନୟାନ୍ତ ହେଲେଣି ପତ୍ନୀ । ଆଜି ଦିନ 10ଟା ସମୟରେ ଜନ୍ମମାଟିରେ ପହଞ୍ଚିବ ଦେବାଶିଷଙ୍କ ପାର୍ଥିବ ଶରୀର । ଶହୀଦଙ୍କ ମରଶରୀରର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ଯବାନ ଦେବାଶିଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିଥିଲେ । ଏହାସହିତ ଶହୀଦଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 25 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଗୁରୁବାର ଦକ୍ଷିଣ କାଶ୍ମୀର ପୁଞ୍ଚର ଭଟା ଧୁରିଆଁ ନାମକ ସ୍ଥାନରେ ଆତଙ୍କୀ ଆକ୍ରମଣ ହୋଇଥିଲା । ସେନା ଗାଡିକୁ ଗ୍ରେନେଡ ମାଡ କରିଥିଲେ ଆତଙ୍କୀ । ଫଳରେ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଏଥିରେ ହାବିଲଦାର ମନଦୀପ ସିଂ, ଲାଏନ୍ସ ନାଏକ ଦେବାଶିଷ ବିଶ୍ବାଳ, ଲାଏନ୍ସ ନାଏକ କୁଲୱତ ସିଂ, ଏସଇପି ହରକ୍ରିଷ୍ଣ ସିଂ, ଏସଇପି ସେବକ ସିଂ ଶହୀଦ ହୋଇଥିଲେ । ସମସ୍ତ 5 ଶହୀଦ ଯବାନ ରାଷ୍ଟ୍ରୀୟ ରାଇଫଲର ସଦସ୍ୟ ଥିଲେ । ଗତକାଲି ଶହୀଦ ଯବାନଙ୍କୁ ସେନା ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ରାଜୌରିରେ ଭାରତୀୟ ସେନା ଶହୀଦ ଯବାନଙ୍କୁ ଶେଷ ସମ୍ମାନ ଜଣାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 22, 2023, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.