ETV Bharat / state

ଜୟଦେବ ବିହାର ଛକରୁ କଳିଙ୍ଗ ଷ୍ଟାଡିୟମ ମାର୍ଗକୁ କଳ୍ପନା ଦାଶଙ୍କ ନାମରେ ନାମିତ କରିବାକୁ ମାରାଥନ

author img

By

Published : Nov 20, 2022, 10:20 PM IST

ଓଡିଆ ମହିଳା ପର୍ବତାରୋହୀ କଳ୍ପନା ଦାସଙ୍କ ସ୍ମୃତିରେ ଅଲଟ୍ରା ମାରାଥନ । 66 କିଲୋମିଟର ରାସ୍ତାକୁ ସାଢେ 8 ଘଣ୍ଟାରେ ଅତିକ୍ରମ କଲେ ଲେଡି ଅଲଟ୍ରା ମାରାଥନର ଦୀପ୍ତି ଦାସ । ଅଧିକ ପଢନ୍ତୁ

ଜୟଦେବ ବିହାର ଛକ ଠାରୁ କଳିଙ୍ଗ ଷ୍ଟାଡିୟମ ମାର୍ଗକୁ କଳ୍ପନା ଦାଶଙ୍କ ନାମରେ ନାମିତ କରିବାକୁ ଆୟୋଜିତ ଅଲଟ୍ରା ମାରାଥନ

ଭୁବନେଶ୍ବର: ଦିବଙ୍ଗତ ଓଡିଆ ମହିଳା ପର୍ବତାରୋହୀ କଳ୍ପନା ଦାସଙ୍କ ସ୍ମୃତିରେ ଆୟୋଜିତ ହୋଇଯାଇଛି ଅଲଟ୍ରା ମାରାଥନ । ଢେଙ୍କାନାଳ ମିନିଷ୍ଟାଡିୟମରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରାୟ 66 କିଲୋମିଟର ରାସ୍ତାକୁ ସାଢେ 8 ଘଣ୍ଟାରେ ଅତିକ୍ରମ କରିଛନ୍ତି ଲେଡି ଅଲଟ୍ରା ମାରାଥନର ଦୀପ୍ତି ଦାସ ।

ଜୟଦେବ ବିହାର ଛକ ଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଥିବା ରାସ୍ତାକୁ କଳ୍ପନା ଦାଶଙ୍କ ନାମରେ ନାମିତ କରାଯିବାକୁ ଦାବି ହେଉଛି । ଏଥିସହିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦିବଙ୍ଗତ ଓଡିଆ ମହିଳା ପର୍ବତାରୋହୀ କଳ୍ପନା ଦାସଙ୍କ ପ୍ରତିମୂର୍ତ୍ତି କରିବାକୁ ଦାବି ଦେଉଛି । ଏହି ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ମାରାଥନର ପରିକଳ୍ପନା କରାଯାଇଛି ।

ଅଲଟ୍ରା ମାରାଥନର ଦୀପ୍ତି ଦାସଙ୍କ ସୂଚନା ଅନୁସାରେ ସ୍ବର୍ଗତ କଳ୍ପନା ଦାସଙ୍କ ସ୍ମୃତିରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଖ୍ୟାତ ପଲ୍ଲୀରୁ ପ୍ରଖ୍ୟାତ ହୋଇଥିବା କଳ୍ପନା ଦାସଙ୍କ ସ୍ମୃତିକୁ ମନେ ପକେଇବାକୁ ଏହା ଏକ ନିଆରା ପ୍ରୟାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.