ଭୁବନେଶ୍ବର: କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଟ୍ବିନ୍ସିଟିରେ ବଦଳିଲେ ୨୦ ଜଣ ଅଫିସର । ACP ଓ IIC ସ୍ତରରେ ବଡ ଧରଣର ଅଦଳବଦଳ । କଟକ ଓ ଭୁବନେଶ୍ବରର କିଛି ଅଫିସରଙ୍କୁ ଅନ୍ୟତ୍ର ବଦଳି । ସହିଦନଗର ଥାନା, ଲକ୍ଷ୍ମୀସାଗର ଥାନା, ବାଲିପାଟଣା ଥାନା, ମହିଳା ଥାନା ଓ଼ ଚନ୍ଦକା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ ଦାୟିତ୍ବରେ ACP ହିମାଂଶୁ ଭୂଷଣ ସ୍ବାଇଁ ଯୋଗଦେବେ । ସେହିପରି ପୂର୍ବତନ ଚନ୍ଦ୍ରଶେଖରପୁର ଥାନାଧିକାରୀ ତଥା ACP ପ୍ରଦୀପ କୁମାର ରାଉତଙ୍କୁ DCP ଅଫିସ IAHUT ଦାୟିତ୍ବ ଦିଆଯାଇଛି । ମନୋଜ କୁମାର ଶତପଥିଙ୍କୁ ସହିଦନଗର ଥାନାଧିକାରୀ ଦାୟିତ୍ବ । ପି ଶ୍ୟାମ ସୁନ୍ଦର ରାଓଙ୍କୁ ଲଷ୍ମୀସାଗର, ଓମ ପ୍ରକାଶ ମହାନ୍ତିଙ୍କୁ ବାଲିପାଟଣା ଏବଂ ରାଧାକାନ୍ତ ସାହୁଙ୍କୁ ଚନ୍ଦକା ବଦଳି । ଶୁଭଶ୍ରୀ ପଣ୍ଡାଙ୍କୁ ମହିଳା ଥାନା IIC ଭାବେ ଦାୟିତ୍ବ ଦିଆଯାଇଛି । ସେହିପରି ଅଶୋକ କୁମାର ନାୟକଙ୍କୁ ଏୟାରଫିଲ୍ଡ ଦାୟିତ୍ବ ସହ ସୁରେଶ ଚନ୍ଦ୍ର ବଳଙ୍କୁ କମିଶନରେଟ୍ ପୋଲିସ ମୁଖ୍ୟାଳୟ DCP ଟ୍ରାଫିକକୁ ଏନଫୋର୍ସମେଣ୍ଟ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର