ETV Bharat / state

ବେଗୁନିଆ ବିଜେଡିରେ ଫାଟ ! ବିଧାୟକଙ୍କ କାର୍ଯ୍ୟକ୍ରମରେ ନାହାନ୍ତି ଦଳୀୟ ସଂଗଠକ

author img

By

Published : Oct 17, 2022, 7:20 PM IST

Updated : Oct 17, 2022, 7:58 PM IST

ବେଗୁନିଆ ବିଜେଡିରେ ଫାଟ ! ଗାନ୍ଧୀ ଜୟନ୍ତୀ ଦିନ ବିଜେଡିର ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ ଏବଂ ବିଧାୟକ ଭାଗ ଭାଗ ହୋଇ ଜନ ସମ୍ପର୍କ ପଦଯାତ୍ରା କରିଥିବା ବେଳେ ଆଜି ବ୍ଲକର ବୋତଳମା ପଞ୍ଚାୟତରେ ବିଧାୟକଙ୍କ ଦ୍ବାରା ଆୟୋଜିତ ପଦଯାତ୍ରାରେ ନାହାନ୍ତି ସ୍ଥାନୀୟ ନେତା କିମ୍ବା କର୍ମୀ । ଅଧିକ ପଢ଼ନ୍ତୁ

ବେଗୁନିଆ ବିଜେଡିରେ ଫାଟ ! ବିଧାୟକଙ୍କ କାର୍ଯ୍ୟକ୍ରମରେ ନାହାନ୍ତି ଦଳୀୟ ସଂଗଠକ
ବେଗୁନିଆ ବିଜେଡିରେ ଫାଟ ! ବିଧାୟକଙ୍କ କାର୍ଯ୍ୟକ୍ରମରେ ନାହାନ୍ତି ଦଳୀୟ ସଂଗଠକ

ଖୋର୍ଦ୍ଧା: ବିଜେଡି ଦଳକୁ ତୃଣମୂଳସ୍ତରରୁ ମଜବୁତ କରିବା ପାଇଁ ଗାଁକୁ ଯାଅ ନାରା ଦିଆଯାଉଥିବା ବେଳେ ବେଗୁନିଆ ବିଧାୟକ କିନ୍ତୁ ଏହାର ବିପରୀତ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଦଳୀୟ କର୍ମକର୍ତ୍ତାଙ୍କୁ ଅଣଦେଖା କରି ନିଜ ମନମୁଖୀ ଶାସନ ଚଳାଇଥିବାରୁ ବେଗୁନିଆରେ ଦଳ ନିମ୍ନଗାମୀ ହେଉଥିବା ଚର୍ଚ୍ଚା ହେଉଛି ।

ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ଭିତରେ ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି । ବେଗୁନିଆରେ ବିଧାୟକ ନିଜକୁ ସର୍ବମାନ ନେତା ଭାବି ଦଳୀୟ ସଂଗଠକ ତଥା ବିଭିନ୍ନ ଛାମୁଆ ସଂଗଠକଙ୍କୁ ନପଚାରି ପଦଯାତ୍ରା କରୁଥିବା ଦେଖିବାକୁ ମିଳୁଛି । ପଦଯାତ୍ରାରେ ନା ଅଛନ୍ତି ବେଗୁନିଆ ବ୍ଳକ ବିଜେଡି ସଭାପତି ନା ଅଛନ୍ତି ବିଜେଡି ଯୁବ ସଭାପତି କି ଛାତ୍ର ବିଜେଡି ସଭାପତି । ତିନି ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଅଣଦେଖା କରି ବିଧାୟକ ତାଙ୍କ ମାନମାନି ଚଳାଇଥିବା ଦଳୀୟ ନେତା ଅଭିଯୋଗ କରିଛନ୍ତି । ଯାହା ଆଗାମୀ ଦିନରେ ଦଳକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ରାଜନୈତିକ ବିଶାରଦ ମତ ଦେଇଛନ୍ତି ।

ଦଳୀୟ ସଂଗଠନ କର୍ମକର୍ତ୍ତାଙ୍କୁ ଛାଡି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଧାୟକ ନିଜସ୍ବ ଗୋଷ୍ଠୀ କରି ଦଳ ଭିତରେ ବିଭାଜନ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଆଜି ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତରେ ବିଧାୟକଙ୍କ ଦ୍ବାରା ଆୟୋଜିତ ହେଉଥିବା ପଦଯାତ୍ରାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ତେବେ ଗତ ଦୁଇ ବର୍ଷ ହେବ ବେଗୁନିଆ ବିଜେଡି ବ୍ଲକ ସଭାପତି, ଯୁବ ସଭାପତି ଓ ଛାତ୍ର ସଭାପତି ଦଳର କୌଣସି କାର୍ଯ୍ୟକ୍ରମ କିମ୍ବା ଏବେ ଚାଲୁଥିବା ପଦଯାତ୍ରାରେ ସାମିଲ ନହେବା ଆଗାମୀ ଦିନରେ ଦଳକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି । ସେପଟେ ଘଟଣା ସମ୍ପର୍କରେ ବେଗୁନିଆ ବ୍ଲକ ଯୁବ ବିଜେଡି ସଭାପତି ବିଭୁତି ମହାନ୍ତିଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

ସେପଟେ ବ୍ଲକ ବିଜେଡି ସଭାପତି ତଥା ୨୩ନଂ ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ ଏବଂ ବ୍ଲକ ଛାତ୍ର ବିଜେଡି ସଭାପତି ବିଶ୍ବଜିତ ଭୁଜବଳ କହିଛନ୍ତି, "ବିଧାୟକ ରାଜେନ୍ଦ୍ର ସାହୁ ଆମକୁ ଦିନକ ପାଇଁ ଦଳୀୟ କାର୍ଯ୍ୟକ୍ରମରେ ଖୋଜି ନାହାନ୍ତି ଏବଂ ବିଧାୟକ ନିର୍ବାଚନ ମଣ୍ଡଳୀରେ ନିଜସ୍ବ ସଂଗଠନ କରୁଛନ୍ତି ।" ତେବେ ଗାନ୍ଧୀ ଜୟନ୍ତୀ ଦିନ ବେଗୁନିଆରେ ବିଜେଡିର ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ ଏବଂ ବିଧାୟକ ଭାଗ ଭାଗ ହୋଇ ଜନ ସମ୍ପର୍କ ପଦଯାତ୍ରା କରିଥିବା ବେଳେ ଦଳ ଭିତରେ ଥିବା ଫାଟ ପଦାକୁ ଦିଶିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Oct 17, 2022, 7:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.