ETV Bharat / state

ମାନସ ଦାସଙ୍କ ବିରୁଦ୍ଧରେ ମୁହଁ ନ ଖୋଲିବାକୁ ସମର୍ଥକ ଏବଂ ପିଡୀତ ପରିବାର ମୁହାଁମୁହିଁ

author img

By

Published : Aug 31, 2021, 9:25 AM IST

ବାବାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ବଚସା । ଅଧିକ ପଢନ୍ତୁ...

ମାନସ ଦାସଙ୍କ ବିରୁଦ୍ଧରେ ନକହିବାକୁ ସମର୍ଥକ ଏବଂ ପିଡୀତଙ୍କ ମଧ୍ୟରେ ବଚସା

ଖୋର୍ଦ୍ଧା: ବାବାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ବଚସା । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଆଧିନ ବେଗୁନିଆଁ ଅଞ୍ଚଳରେ । ବେଗୁନିଆ ଡାଳତୋଳା ନିଆଁମୁଁହା ଗ୍ରାମର ରମେଶ ନାୟକଙ୍କୁ ବିତାଡିତ ୬ଗୋଟି ପରିବାର ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତଥାକଥିତ ଗୁରୁଜୀ ମାନସ ଦାସଙ୍କ ସମର୍ଥକ ମାନେ ତାଙ୍କୁ ବିରୋଧ କରିବା ସହ ସେହି ସ୍ଥାନରେ କିଛି ସମୟ ପାଇଁ ସମର୍ଥକ ଏବଂ ପୀଡିତଙ୍କ ମଧ୍ୟରେ ବଚସା ହୋଇଥିଲା ।

ତେବେ ମାନସ ଦାସଙ୍କ ସମର୍ଥକଙ୍କ କହିବା କଥା ମାନବବାଦ ସଂଗଠନ ଦୁଇ ବର୍ଷ ହେବ ବନ୍ଦ ରହିଛି ଏବଂ ଏଥିରେ ଗୁରୁଜୀ ମାନସ ଦାସଙ୍କ କୌଣସି ସମ୍ପର୍କ ନାହିଁ । ସେହିପରି ସଂଗଠନର ଚାନ୍ଦା ଆଦାୟ କଥାକୁ ମଧ୍ୟ ସମର୍ଥକ ମାନେ ଖଣ୍ଡନ କରିଥିଲେ । ସେପଟେ ମାନସ ଦାସଙ୍କ ସଙ୍ଗଠନ ଦ୍ୱାରା ଡିଙ୍ଗର ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କ ପରିବାର ଏବଂ ମାଡ଼ ଖାଇଥିବା ମାଗୁଣି ଓ ତାଙ୍କ ପୁଅ ଆନନ୍ଦ ନାୟକ ମାନସ ଦାସଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.