ETV Bharat / state

ଟଙ୍କା ନଦେବାରୁ ଛୁରାମାଡ: ବାପ ମୃତ, ପୁଅ ଆହତ

author img

By

Published : Dec 9, 2022, 9:37 AM IST

ଖୋର୍ଦ୍ଧାରେ ଜଘନ୍ୟ ହତ୍ୟାକାଣ୍ଡ । ଛୁରା ମାଡରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଟଙ୍କା ନଦେବାରୁ ଛୁରାମାଡ
ଟଙ୍କା ନଦେବାରୁ ଛୁରାମାଡ

ଖୋର୍ଦ୍ଧା: ଟଙ୍କା ନଦେବାରୁ ଜଘନ୍ୟ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ବହିଲା ରକ୍ତର ନଦୀ ! ଛୁରା ମାଡରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଚିଲିକା ବ୍ଲକର ନଈରୀ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ନଈରୀ ଗ୍ରାମର ସାରଥୀ ନାୟକ ଓ ଆହତ ଜଣଙ୍କ ହେଉଛନ୍ତି ମୃତକଙ୍କ ପୁଅ ସନତ ନାୟକ।

ଟଙ୍କା ନଦେବାରୁ ଛୁରାମାଡ

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ବାପା ଓ ପୁଅ ନଈରୀ ଗ୍ରାମର ଏକ କୁକୁଡ଼ା ଫାର୍ମରେ କାମ କରନ୍ତି ।ଗତକାଲି(ଗୁରୁବାର) କୁକୁଡ଼ା ଫାର୍ମକୁ କାମ କରିବାକୁ ଯାଇଥିବା ବେଳେ ହଠାତ ଉକ୍ତ ଗ୍ରାମର କେଦାର ନାୟକ, ତାଙ୍କ ସ୍ତ୍ରୀ ସୁଷମା ନାୟକ ଏବଂ ତାଙ୍କ ପୁଅ ସୁକାନ୍ତ ନାୟକ କୁକୁଡା ଫାର୍ମରେ ପହଞ୍ଚିଥିଲେ । ଏହାପରେ ଉଭୟ ବାପା ପୁଅଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ୨ ଲକ୍ଷ ଟଙ୍କା ମାଗିଥିଲେ । କିନ୍ତୁ ସାରଥୀ ନାୟକ ଓ ସନତ ନାୟକ ଏହାର ପ୍ରତିବାଦ କରିବାରୁ ୩ ଜଣ ଯାକ ଉତକ୍ଷିପ୍ତ ହୋଇ ବାପ ପୁଅଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅକ୍ଷମ ହେଲେ ବି ସକ୍ଷମ, ପାର୍କିଂ ଫି ଆଦାୟ କରି ପରିବାର ପୋଷୁଛନ୍ତି ସୁରତ

ଫଳରେ ଘଟଣାସ୍ଥଳରେ ପୁଅ ସନତ ଆହତ ହୋଇଥିବା ବେଳେ ସାରଥୀଙ୍କ ଛାତିରେ ଛୁରା ମାଡ଼ ହେବାରୁ ସେ ଘଟଣାସ୍ଥଳରେ ତଳେ ପଡିଯାଇଥିଲେ । ଏନେଇ ଖବର ପାଇଁ ପରିବାର ଲୋକେ ସାରଥୀଙ୍କୁ ସଙ୍ଗେ ସଙ୍ଗେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସାରଥୀଙ୍କ ପୁଅ ସନତ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପରିବାର ସଦସ୍ୟ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.