ETV Bharat / state

ଭୁବନେଶ୍ବରରୁ ଅପହୃତ ଯାଜପୁରରୁ ଉଦ୍ଧାର, ଅପହରଣକାରୀ ଗିରଫ

Kidnap case in Bhubaneswar: ରାଜଧାନୀରୁ ଯୁବକଙ୍କୁ କାରରେ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଅପହୃତ ଯୁବକଙ୍କୁ ଯାଜପୁର ଧର୍ମଶାଳାରୁ ଉଦ୍ଧାର କରିଛି ପୋଲିସ । ଅପହରଣକାରୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 29, 2023, 9:57 PM IST

ଭୁବନେଶ୍ବରରୁ ଅପହୃତ ଯାଜପୁରରୁ ଉଦ୍ଧାର
ଭୁବନେଶ୍ବରରୁ ଅପହୃତ ଯାଜପୁରରୁ ଉଦ୍ଧାର

ଭୁବନେଶ୍ବର: ରାଜଧାନୀରୁ ଯୁବକଙ୍କୁ କାରରେ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଅପହୃତ ସ୍ବାମୀଙ୍କ ମୁହଁରେ ଗାମୁଛା ପକାଇ ସ୍ତ୍ରୀଙ୍କୁ କରୁଥିଲେ ଭିଡିଓ କଲ । ସ୍ବାମୀଙ୍କୁ ଫେରି ପାଇବାକୁ ହେଲେ ସ୍ତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲେ ଅପହରଣକାରୀ । ଏନେଇ ପତ୍ନୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ତେବେ ଅପହୃତ ଯୁବକଙ୍କୁ ଯାଜପୁର ଧର୍ମଶାଳାରୁ ଉଦ୍ଧାର କରିଛି ପୋଲିସ । ଏନେଇ ଅପହରଣକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ହେଲେ ଅପହୃତ ଯୁବକ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଥିବାରୁ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହିଁ ପୋଲିସ ।

ଭୁବନେଶ୍ବରରୁ ଅପହୃତ ଯାଜପୁରରୁ ଉଦ୍ଧାର, ଅପହରଣକାରୀ ଗିରଫ
ଭୁବନେଶ୍ବରରୁ ଅପହୃତ ଯାଜପୁରରୁ ଉଦ୍ଧାର, ଅପହରଣକାରୀ ଗିରଫ

ମିଳିଥିବା ସୂଚନା ମୁତାବକ ଅପହରଣ ହୋଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ଓଲା ଡ୍ରାଇଭର । ତାଙ୍କ ନାମ ଶଙ୍କର୍ଷଣ ସାହୁ ଓରଫ ପିଣ୍ଟୁ ସାହୁ । ସେ ଡୁମଡୁମା ପାତ୍ରପଡାରେ ରୁହନ୍ତି । ଗତକାଲି (ଗୁରୁବାର) ସନ୍ଧ୍ୟାରେ ତାଙ୍କ ଘର ବାହାରୁ ଏକ ନାଲି ରଙ୍ଗର ଆଇ-ଟ୍ବେଣ୍ଟି କାରରେ କେହି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିବା ତାଙ୍କ ପତ୍ନୀ ପୋଲିସ ନିକଟରେ ଅଭିଯୋଗ‌ କରିଥିଲେ । ଅପହରଣକାରୀ ଗାଡିରେ ଅତ୍ୟାଚାର ମଧ୍ୟ ଦେଉଥିଲେ । ମାଡ଼ ମାରି ଗାଡିରେ ଦରମରା କରି ଟଙ୍କା ମାଗିଥିଲେ । ଏପରିକି ଭିଡିଓ କଲ୍‌ କରି ‌ପତ୍ନୀଙ୍କ ସହ କଥା କରାଇ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ତେବେ ଭୟରେ କିଛି ଟଙ୍କା ପଠାଇବା ପରେ ପୋଲିସର ସାହାରା ମାଗିଥିଲେ ଅପହୃତ ଯୁବକଙ୍କ ପତ୍ନୀ । ଏନେଇ ଖଣ୍ଡଗିରି ଥାନରେ‌ ଏତଲା ପରେ‌ ଘଟଣାର‌ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସିସିଟିଭିରୁ ମିଳିଥିବା କାରର ଫଟୋକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ଶିଶୁ ଅପହରଣ ନୁହେଁ ଥିଲା ନାଟକ, ପୋଲିସକୁ ଭୂଆଁ ବୁଲାଇ ୪ ଗିରଫ

ଆଜି (ଶୁକ୍ରବାର) ସନ୍ଧ୍ୟାରେ ଯାଯପୁର ଧର୍ମଶାଳାରୁ ଅପହୃତ ଯୁବକକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ପୋଲିସ । ଧର୍ମଶାଳା ଅରୁଆ ନିକଟରେ ଥିବା ଏକ ପରିତ୍ୟକ୍ତ ଘରୁ ଶଙ୍କର୍ଷଣ ଓରଫ ପିଣ୍ଟୁ ସାହୁକୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ଏହା ସହିତ ଅପହରଣକାରୀଙ୍କୁ ଧରିବାରେ ମଧ୍ୟ ପୋଲିସ ସକ୍ଷମ ହୋଇଛି । କେସ୍‌ ନମ୍ବର ୬୧୪/୨୩ ଆଧାରରେ ଆଇପିସି ଧାରା 363/ 365/ 323/ 34ରେ ଗିରଫ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଅପହୃତ ଯୁବକ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଥିବାରୁ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହିଁ ପୋଲିସ । ଅପହରଣ ପଛର ଘଟଣା କଣ, ସେନେଇ ପୋଲିସ ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.