ETV Bharat / state

ଭାଇ ହେଲା ଭଗାରୀ, ସାନ ଭାଇକୁ ହତ୍ୟା କଲା ବଡ଼ଭାଇ

author img

By

Published : Jul 19, 2023, 10:02 PM IST

ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଜମିବାଡ଼ି ବିବାଦକୁ ନେଇ ବଡ଼ଭାଇକୁ ମାରିଲା ସାନ ଭାଇ । ଅଧିକ ପଢ଼ନ୍ତୁ

man kills his younger brother
ସାନ ଭାଇକୁ ହତ୍ୟା କଲା ବଡ଼ଭାଇ
ସାନ ଭାଇକୁ ହତ୍ୟା କଲା ବଡ଼ଭାଇ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ହତ୍ୟାକାଣ୍ଡ । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଥାନା ବିଞ୍ଝଗିରି ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା । ମୃତକ ଜଣକ ହେଲେ ଚନ୍ଦକା ବିଞ୍ଝଗିରି ଅଞ୍ଚଳର ଜଗନ୍ନାଥ ଛତର । ଘଟଣାସ୍ଥଳରେ ପୋଲିସହ ପହଞ୍ଚି ମୃତଦେହ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ପଠାଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ହତ୍ୟା ସନ୍ଦେହରେ ବଡ଼ଭାଇକୁ ଥାନାରେ ଅଟକ ରଖିଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ: ବଲାଙ୍ଗୀର ଯୁକ୍ତଦୁଇ ଛାତ୍ରୀ ହତ୍ୟା ଘଟଣାର ପର୍ଦ୍ଦାଫାସ, ମର୍ଡର ପଛରେ ପ୍ରେମିକ

ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ଜମିବାଡ଼ିକୁ ନେଇ ବଡ଼ଭାଇ ସାନ ଭାଇକୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପ୍ରାଥମିକ ତଦନ୍ତରୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପଥରକୁ ଜବତ କରିଛି । ଘଟଣାସ୍ଥଳରେ ନିଜେ ଏସିପି ଜୋନ୍‌ ୬ ରମେଶ ବିଶୋଇଙ୍କ ସହ ଥାନା ଅଧିକରୀ ରାଧାକାନ୍ତ ମଧ୍ୟ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି । ଏସିପି ଜୋନ୍‌ ୬ ରମେଶ ବିଶୋଇ କହିଛନ୍ତି, "ଗତ ୧୭ ତାରିଖ ଦିନ ଦୁଅ ଭାଇ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏକ ବାଇକ ଯୋଗେ ଯାଉଥିଲେ । ଏହାପରେ ମଦ ନିଶାରେ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ବଡ଼ଭାଇ ଉତ୍ୟକ୍ତ ହୋଇ ସାନଭାଇକୁ ପଥରରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଜଗନ୍ନାଥକୁ ଡାକ୍ତରଖାନା ନେବାବେଳେ ମୃତ୍ୟୁ ଘଟିଛି ।" କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା ସେନେଇ ବଡ଼ଭାଇକୁ ପଚରାଉଚରା କରାଯାଉଛି । ତେବେ ଏହା ପଛରେ କେବଳ ଜଣଙ୍କର ସମ୍ପୃକ୍ତ ରହିଛି ଅନ୍ୟ କେହି ମିଶି ହତ୍ୟା ଘଟାଇଛି ପୋଲିସ ଖୋଳତାଡ଼ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ଝାରସୁଗୁଡ଼ାରେ ପୁଣି ବିଭତ୍ସ ହତ୍ୟାକାଣ୍ଡ, ମାଂସ ଦୋକାନୀଙ୍କୁ ପିଟିପିଟି ହତ୍ୟା କଲେ ମହିଳା

ତେବେ ଚନ୍ଦକା ଅଞ୍ଚଳରେ ହତ୍ୟା ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଏହି ଅଞ୍ଚଳରେ ବିଭତ୍ସ ହତ୍ୟା ଘଟିଥିବା ଖବର ସାମ୍ନାକୁ ଆସିଛି । ଗତବର୍ଷ ୨୨ ନଭେମ୍ବର ୨୦୨୨ରେ ପଥରମୁଣ୍ଡିଆ ଉପରେ ସ୍କୁଲ ପିଅନଙ୍କୁ ହତ୍ୟା କରିଥିଲା ଗୁନୁ ଓରଫ ପ୍ରକାଶ ବଳବନ୍ତରାୟ । ତା'ର ଭାଇକୁ କିନ୍ନର ବୋଲି କହି ଚିଡାଉ ଥିବାରୁ ତାଙ୍କୁ ମଦ ପିଆଇ ନିଶା ଅବସ୍ଥାରେ ପଥରରେ ଛେଚି ବିଭତ୍ସ ଭାବେ ହତ୍ୟା କରିଥିଲା । ଘଟଣାର ୨୪ ଘଣ୍ଟା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ସେହିପରି ଗତବର୍ଷ ୧୯ମାର୍ଚ୍ଚ ୨୦୨୨ରେ ଜମିବାଡ଼ି ମାମଲା ନେଇ ବାପା,ପୁଅ ମିଶି ପଡୋଶୀକୁ ପଥରରେ ଛେଚି ହତ୍ୟା କରିଥିଲେ । ଘଟଣାର ତଦନ୍ତ କରି ୩୧ ମାର୍ଚ୍ଚରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ମହିଳାଙ୍କୁ ନିର୍ମମ ହତ୍ୟା: ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ଛାତିଥରା ଦୃଶ୍ୟ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.