ETV Bharat / state

ସାବଧାନ ! ବାଇକ୍‌ରେ ଲୁଚିଛି ବିଷଧର - ବାଇକ୍‌ରେ ଲୁଚିଛି ବିଷଧର

ଚଳନ୍ତା ବାଇକରେ ଚାଳକଙ୍କୁ କାମୁଡ଼ିଲା ନାଗ ସାପ । ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

ସାବଧାନ ! ବାଇକ୍‌ରେ ଲୁଚିଛି ବିଷଧର
ସାବଧାନ ! ବାଇକ୍‌ରେ ଲୁଚିଛି ବିଷଧର
author img

By

Published : Nov 19, 2022, 9:06 PM IST

ଭୁବନେଶ୍ବର: ବାଇକ୍‌ ଭିତରେ ଲୁଚି ରହିଥିଲା ନାଗସାପ । ଗାଡ଼ି ଚଳାଇ ଯାଉଥିବାବେଳେ ସାପ କାମୁଡ଼ିବାରୁ ବାଇକ୍‌ରୁ ଡେଇଁ ପଡ଼ିଲେ ଚାଳକ । ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ।

ସାବଧାନ ! ବାଇକ୍‌ରେ ଲୁଚିଛି ବିଷଧର

ମିଳିଥିବା ସୂଚନା ଅନୁସାରେ ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ସମୟରେ ଡେଲାଙ୍ଗ ସଡାଙ୍ଗୋଇରୁ ବାଇକରେ ଘରକୁ ବାହାରିଥିଲେ ସୁକାନ୍ତ ସାମନ୍ତରାୟ । ମାତ୍ର କିଛି ବାଟ ଯିବା ପରେ ତାଙ୍କ ଡାହାଣ ପାଦ ଗୋଇଠି ଉପରକୁ କିଛି ଗୋଟେ କାମୁଡ଼ିଲା ଭଳି ମନେକଲେ ସୁକାନ୍ତ । ତେବେ ଏହାକୁ ଭୃକ୍ଷେପ ନକରି ସୁକାନ୍ତ ଆଗକୁ ଚାଲିଲେ । ଆଉ କିଛି ବାଟ ଯିବା ପରେ ପୁନର୍ବାର ସମାନ ଜାଗାକୁ କିଛି ଗୋଟେ ଜୋରରେ କାମୁଡିବା ଭଳି ଅନୁଭବ କରି ଦେଖିଲା ବେଳକୁ ଗୋଇଠି ଉପରୁ ରକ୍ତ ବାହାରୁଛି ଏବଂ ବାଇକରେ ଏକ ନାଗ ସାପ ଫଣା ଟେକି ଠିଆ ହୋଇଛି । ବିକଳରେ ବାଇକରୁ ଡେଇଁ ପଡିଥିଲେ ସୁକାନ୍ତ । ପାଖରେ ଥିବା ଲୋକ ସୁକାନ୍ତକୁ ଉଦ୍ଧାର କରିଥିଲେ ବି ନାଗକୁ ଦେଖି ବାଇକକୁ ଉଠାଇନଥିଲେ ।

ଖବର ପାଇ ସମ୍ପର୍କୀୟ ସୁକାନ୍ତଙ୍କୁ ବାଇକରେ କ୍ୟାପିଟାଲ ହସ୍ପିଟାଲ ଆଣୁଥିଲେ । ତେବେ ସୁନ୍ଦରପଦା ନିକଟରେ ସାପ ଚୋଟ ପ୍ରଭାବରେ ସୁକାନ୍ତଙ୍କୁ ଅନ୍ଧାର ଦେଖାଯିବା ସହିତ ମୁଣ୍ଡ ବୁଲାଉଥିବା ଜଣାପଡିଥିଲା । ସୁନ୍ଦରପଦାରେ ବାଇକ ରଖି ଅଟୋରେ ସୁକାନ୍ତଙ୍କୁ ହସ୍ପିଟାଲକୁ ଆଣିଥିଲେ ତାଙ୍କ ସମ୍ପର୍କୀୟ । କ୍ୟାପିଟାଲ ହସ୍ପିଟାଲରେ ସୁକାନ୍ତଙ୍କୁ ପ୍ରଥମ ଡୋଜରେ ୧୦ ଭାଏଲ ଆଣ୍ଟି ଭେନମ ଦିଆଯାଇଥିଲା । ବର୍ତ୍ତମାନ ସୁକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ସେ ବିପଦ ମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ସୁକାନ୍ତଙ୍କୁ କାମୁଡ଼ିଥିବା ନାଗ ସାପଟି ରାସ୍ତାରେ ପଡିଥିବା ବାଇକରେ ଚାପି ହୋଇ ରହିଥିଲା । ଏନେଇ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପଲାଇନକୁ ସୂଚନା ଦେଇଥିଲେ । ଖବର ପାଇ ସ୍ଥାନୀୟ ସ୍ନେକ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ସଡାଙ୍ଗୋଇ ଗ୍ରାମରେ ପହଞ୍ଚିଥିଲେ । ତେବେ ଲୋକଙ୍କ ଭୟରେ ସାପ ଚେନ୍‌ସ୍‌ ବକେଟରେ ପଶିଥିବା ସୁଶାନ୍ତ ଦେଖିବାକୁ ପାଇଥିଲେ । କିନ୍ତୁ ଏଥିରେ ପେଶୀ ହୋଇଯାଇଥିବାରୁ ସାପକୁ ବାହାର କରିବା ସମ୍ଭବ ନଥିଲା । ଗାଡିକୁ ଟିକେ ପଛକୁ ଆଣିବା ପରେ ଚେନ୍‌ରେ ଫଶି ରହିଥିବା ସାପକୁ ଉଦ୍ଧାର କରାଯାଇଥିଲା । 3 ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ।

ଏନେଇ ସ୍ନେକ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କହିଛନ୍ତି "ସାପଟିକୁ ମୁଁ ଉଦ୍ଧାର କରିଛି ସତ । କିନ୍ତୁ, ସାପଟି ଆଉ ବଞ୍ଚିବା ଅସମ୍ଭବ" । ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, "ଏଭଳି ଚଳନ୍ତା ମୋଟର ସାଇକେଲରେ କାହାକୁ ନାଗ ସାପ କାମୁଡିବା ସମ୍ଭବତଃ ବିରଳ ଘଟଣା । ସମୟ ନଷ୍ଟ ନକରି ଠିକ ସମୟରେ ସୁକାନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଯାଇଥିବାରୁ ତାଙ୍କର ଜୀବନ ବଞ୍ଚିଗଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.