ETV Bharat / state

Make in Odisha Conclave2022: ଭୂମିପୂଜା ସହ ଆରମ୍ଭ ହେଲା ରେଜିଷ୍ଟ୍ରେସନ

ଆସନ୍ତା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ (Make in Odisha Conclave2022) କୁ ଗ୍ରାଣ୍ଡ ୱେ'ରେ ଆୟୋଜନ କରିବେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ସରକାରଙ୍କର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୂମି ପୂଜନ ସହ ଆଜି ଠାରୁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବର୍ଗର ପ୍ରାୟ ୨୫ ହଜାର ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରୁଛନ୍ତି ସରକାର । ଅଧିକ ପଢନ୍ତୁ

Make in Odisha Conclave2022: ଭୂମିପୂଜା ସହ ଆରମ୍ଭ ହେଲା ରେଜିଷ୍ଟ୍ରେସନ
Make in Odisha Conclave2022: ଭୂମିପୂଜା ସହ ଆରମ୍ଭ ହେଲା ରେଜିଷ୍ଟ୍ରେସନ
author img

By

Published : Nov 1, 2022, 9:01 PM IST

ଭୁବନେଶ୍ବର: ଆସନ୍ତା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ (Make in Odisha Conclave2022) କୁ ଗ୍ରାଣ୍ଡ ୱେ'ରେ ଆୟୋଜନ କରିବେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ସରକାରଙ୍କର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୂମି ପୂଜନ ସହ ଆଜିଠାରୁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ପ୍ରାୟ ୨୫ ହଜାର ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରୁଛନ୍ତି ସରକାର ।

Make in Odisha Conclave2022: ଭୂମିପୂଜା ସହ ଆରମ୍ଭ ହେଲା ରେଜିଷ୍ଟ୍ରେସନ

ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଜନତା ମଇଦାନ (Janata Maidan) ରେ ଅନୁଷ୍ଠିତ ହେବ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ । ମେକ ଇନ ଓଡ଼ିଶା କନକ୍ଲେଭକୁ ଗ୍ରାଣ୍ଡ ଭାବେ ଆୟୋଜନ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଆଜି ଭୂମିପୂଜା କରାଯାଇଛି । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା (Hemant Sharma Principal Secretary Industries Department) ଙ୍କ ଉପସ୍ଥିତରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ (Bhupendra Singh Poonia, Managing Director IPICOL) ଙ୍କ ପୌରହିତରେ ଭୂମିପୂଜନ କାର୍ଯ୍ୟକ୍ରମ ହୋଇଛି ।

ଏହା ସହ ଆଜିଠାରୁ ପ୍ୟାଭିଲିୟନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ୟାଭିଲିୟନ ନିର୍ମାଣ କାର୍ଯ୍ୟ ପ୍ରାୟ 25 ଦିନ ଲାଗିବ । ଏହି ହାଇଟେକ ପ୍ୟାଭିଲିୟନର ବିଭିନ୍ନ ନିର୍ମାଣ ଲାଗି ରାଜ୍ୟ ଓ ରାଜ୍ୟ ବାହାରର ସଂସ୍ଥାକୁ ଦାୟିତ୍ୱ ଦେଇଛନ୍ତି । ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ୩୦ ନଭେମ୍ବରରୁ ୪ ଡିସେମ୍ବର ଯାଏ ଚାଲିବାକୁ ଥିବା ଏହି ୫ ଦିନିଆ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Chief Minister Naveen Patnaik ) ଉଦଘାଟନ କରିବେ । ଶିଳ୍ପ ସଂଘ ଫିକି ( National Industry Partner) ସହଯୋଗରେ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ ।

ଏହାବି ପଢନ୍ତୁ- କାହିଁକି ଧାମନଗର ପ୍ରଚାରରେ ଗଲେନି ସାଂସଦ ଅପରାଜିତା, ବିଜେପିରେ ସବୁ ଠିକ ତ ?

୨୦୧୬ ଓ ୨୦୧୮ରେ ପ୍ରଥମ ଦୁଇଟି ସଂସ୍କରଣକୁ ଆୟୋଜନ କରିବା ପରେ ଚଳିତ ବର୍ଷ ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ଆୟୋଜନ କରାଯାଉଛି । ନଭେମ୍ବର ୩୦ ତାରିଖରେ ସନ୍ଧ୍ୟାରେ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଡିସେମ୍ବର ୧ ସକାଳେ ଆରମ୍ଭ ହେବ ପ୍ଲେନାରି ସେସନ । ସେହିଦିନ ଅପରାହ୍ନରେ ଆୟୋଜିତ ହେବ ବିଜିନେସ ଲିଡର ଟକ୍ । ଏଥିରେ ଦେଶ ବିଦେଶର ବଡ଼ ବଡ଼ ନିବେଶକାରୀ ସାମିଲ ହେବେ । ଶିଳ୍ପ ସଚିବ ହେମନ୍ତ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ଡିସେମ୍ବର 1 ତାରିଖ ସନ୍ଧ୍ୟାରେ ବିଜନେସ ଲିଡରସିପ ଟକ୍ ଆୟୋଜନ ହେବ । ପେଟ୍ରୋ କେମିକାଲ, କେମିକାଲ, ମେଟାଲ, ସ୍କିଲ ଡେଭଲପମେଣ୍ଟ, ଫୁଡ଼ ପ୍ରୋସେସିଂ, ଷ୍ଟାର୍ଟ ଅପରେ ଥିବା ଅଭିଜ୍ଞତା ସେମାନେ ବାଣ୍ଟିବେ ।

ଓଡ଼ିଶାରେ କିପରି ନୂଆ ସୁଯୋଗ ସୃଷ୍ଟି ହୋଇପାରିବ ସେ ନେଇ ଆଲୋଚନା ହେବ । 2 ଓ 3 ଡିସେମ୍ବରରେ ବିଭିନ୍ନ ବିଭାଗ ତରଫରୁ କୃଷି, ଟେକ୍ସଟାଇଲ, ଏମଏସଏମଇ, ପରିବହନ ବିଭାଗ ଓ ଅନ୍ୟ ବିଭାଗର ସେକ୍ଟ୍ରୋଲ ସେସନ ଆୟୋଜନ ହେବ । ସେକ୍ଟ୍ରୋଲ ନୀତିର ନୂଆ ସଂସ୍କରଣ ରିଲିଜ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ମେକ ଇନ ଓଡ଼ିଶା ପାଇଁ ଜାପାନ, ଜର୍ମାନୀ, ନରୱେ ପାଟନରଶିପ କରିବାକୁ ସହମତି ପ୍ରକାଶ କରିଛନ୍ତି । ଅନ୍ୟ ଦେଶ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସହମତି ଦେଇଛନ୍ତି । ଦୁଇ ପ୍ରକାର ନିବେଶକଙ୍କୁ ଆମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାହିଁକି ଧାମନଗର ପ୍ରଚାରରେ ଗଲେନି ସାଂସଦ ଅପରାଜିତା, ବିଜେପିରେ ସବୁ ଠିକ ତ ?

ଯେଉଁମାନଙ୍କର ଆଜିର ଦିନରେ ଓଡ଼ିଶାର ପୁଞ୍ଜି ନିବେଶ ଅଛି । ଯେମିତିକି ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ, ବେଦାନ୍ତ, ମିତ୍ତଲ ଗୃପ । ଆଉ ଗୋଟେ ହେଉଛି ଯେଉଁମାନେ ନୂଆ କରି ଓଡ଼ିଶାକୁ ଆସିବାକୁ ଚାହୁଁଛନ୍ତି । ନୂଆ ଲୋକଙ୍କୁ ଆମନ୍ତ୍ରଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ'ରେ ବ୍ୟବସ୍ଥା କରାଯାଇଥିଲା । ଯେଉଁ କ୍ଷେତ୍ରରେ ରାଜ୍ୟରେ ଶିଳ୍ପ ହୋଇନାହିଁ, ସେହି କ୍ଷେତ୍ରରେ ନିବେଶ ଲାଗି ଶିଳ୍ପପତିଙ୍କୁ ଆମନ୍ତ୍ରଣ କରାଯାଇଛି । ଗତ କିଛି ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ 10ଟି ରୋଡ଼ ସୋ ଆୟୋଜିତ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବାଙ୍ଗାଲୁରରେ 5ଟି ରୋଡ଼ ସେ'ର ଆୟୋଜନ ହୋଇଛି । ସେହିପରି 5ଟି ରୋଡ଼ ସୋରେ ଶିଳ୍ପ ଓ ଅନ୍ୟ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏହି 10 ରୋଡ଼ ସୋ'ରୁ 230ଟି ପୁଞ୍ଜିନିବେଶ ଆବେଦନ ମିଳିଛି । ମୁଖ୍ୟମନ୍ତ୍ରୀ ଯାଇଥିବା 5ଟି ରୋଡ଼ ସୋ'ରେ 180 ଟି ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି । ବିଭିନ୍ନ ପର୍ଯ୍ୟାୟରେ ଏହାର ସମୀକ୍ଷା ଚାଳିଛି । ସମସ୍ତେ ରାଜ୍ୟର ନୂଆ ଶିଳ୍ପ ନୀତିକୁ ଅପେକ୍ଷା କରିଛନ୍ତି ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।

ଏହାବି ପଢନ୍ତୁ- Stomach Cancer Awareness Month: ଲକ୍ଷଣକୁ ଧ୍ଯାନରେ ରଖନ୍ତୁ, ରୋଗମୁକ୍ତ ରୁହନ୍ତୁ

ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ କହିଛନ୍ତି ଯେ, ଗତ ଦୁଇ ମେକ ଇନ ଓଡ଼ିଶା ଇଭେଣ୍ଟ ଠାରୁ ଚଳିତ ଥର ବଡ଼ କରିବା ଲାଗି ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ବ୍ୟକ୍ତିଙ୍କ ସୁବିଧା ଲାଗି ବ୍ୟାପକ ବ୍ୟବସ୍ଥା କରାଯିବ । 2 ହଜାର ଲୋକ ବସିବା ଲାଗି ଖୋଲା ଷ୍ଟେଜ ବ୍ୟବସ୍ଥା କରାଯିବ । ପ୍ରଦର୍ଶନୀ ଲାଗି 3 ଟି ବଡ଼ ବଡ଼ ହ୍ୟାଙ୍ଗର ପ୍ରସ୍ତୁତ ହେବ । ପ୍ଲାନେରୀ ହଲ, ସିଏମ ଲାଉଞ୍ଚ, ମିଡ଼ିଆ ଲାଉଞ୍ଚ, ଫୁଡ଼ କୋର୍ଟ, ଆଗ୍ନିକଙ୍କ ଲାଗି ବ୍ୟବସ୍ଥା କରାଯିବ । 5ଟି ସେକ୍ଟ୍ରୋଲ ହଲ ପ୍ରସ୍ତୁତ ହେବ । ସଂସ୍କୃତିକ କାର୍ଯ୍ୟକ୍ରମ ଲାଗି ବଡ଼ ଷ୍ଟେଜ ନିର୍ମାଣ ହେବ । ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 20ରୁ 25 ହଜାର ଲୋକ ଏଥିରେ ସାମିଲ ହୋଇପାରିବା ପରି ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.