ETV Bharat / state

ଅଗ୍ନିକାଣ୍ଡରେ ବାସଗୃହ ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁହୁଡି ଗ୍ରାମରେ ଅଘଟଣ । ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଅଧିକ ପଢନ୍ତୁ...

author img

By

Published : May 26, 2021, 1:08 PM IST

Updated : May 26, 2021, 2:08 PM IST

ଅଗ୍ନିକାଣ୍ଡରେ ବାସଗୃହ ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି

ଖୋର୍ଦ୍ଧା:ସବୁ ଦିନ ଭଳି ଖାଇ ପିଇ ନିଶ୍ଚିତରେ ଶୋଇଥିଲେ ପରିବାର । ହେଲେ କିଏ ଜାଣିଥିଲା ସେହି କଳା ରାତି ସର୍ବନାଶ ଆଣିବ । କିଛି ବୁଝିବା ଆଗରୁ ଆଖି ପିଛୁଳାକେ ଜଳି ଉଠିଲା ଘର । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ସର୍ବଗ୍ରାସୀ ନିଆଁ ସବୁ କିଛି ଗିଳି ଦେଇଥିଲା ଏବଂ ବାସହରା ହୋଇଯାଇଥିଲେ ଗୋଟିଏ ପରିବାର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁହୁଡି ଗ୍ରାମର ଦଳେଇ ସାହିରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ ।

ଅଗ୍ନିକାଣ୍ଡରେ ବାସଗୃହ ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତ୍ରିରେ କୁହୁଡି ଗ୍ରାମର ଦଳେଇ ସାହିରେ ବାସ କରୁଥିବା ପ୍ରମୋଦ ହରିଚନ୍ଦନଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ତେବେ ବାତ୍ୟାର ପ୍ରଭାବ ଯୋଗୁଁ ଅଗ୍ନିକାଣ୍ଡଟି କେମିତି ଘଟିଲା, ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 26, 2021, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.