ETV Bharat / state

ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ସହ ଦୁଇ ଗାଈ ମୃତ - ଅଗ୍ନିକାଣ୍ଡରେ 13 ବଖରା ଘର ନଷ୍ଟ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ପାଇକ ସାହି ଗ୍ରାମରେ ଅଘଟଣ । ଭୟାବହ ଅଗ୍ନିକାଣ୍ଡ ଘଟି 13 ବଖରା ଭସ୍ମୀଭୂତ ସହ ଦୁଇ ଗୋରୁ ମୃତ । ଅଧିକ ପଢନ୍ତୁ...

ଭୟାବହ ଅଗ୍ନିକାଣ୍ଡ,  ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ସହ ଦୁଇ ଗାଈ ମୃତ

author img

By

Published : Jan 26, 2021, 7:17 PM IST

ଖୋର୍ଦ୍ଧା: ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ପାଇକ ସାହି ଗ୍ରାମରେ ଅଘଟଣ । ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ 13 ବଖରା ଘର ଭସ୍ମୀଭୂତ ହେବା ସହ ଦୁଇଟି ଗୋରୁ ମୃତ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ଘର ସବୁ ପୋଡି ପାଉଁଶ ହୋଇଯାଇଛି । ଅଗ୍ନି ବିପନ୍ନମାନେ ହେଲେ ଗୋଦାବରୀ ପାଲଟା ସିଂ, ଗୋବିନ୍ଦ ପାଲଟା ସିଂ, ବାଟୁ ଭୁଜବଳ, ପୂର୍ଣ୍ଣ ଭୁଜବଳ, ଯୁଧିଷ୍ଠିର ଭୂଜବଳ, ଦିଲ୍ଲୀପ ପାଲଟା ସିଂ । ତେବେ ସଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ସହ ଦୁଇ ଗାଈ ମୃତ

ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସେମାନେ ନିଆଁ ଦେଖିବା ବେଳକୁ ଏହା ତୀବ୍ର ବେଗରେ ବ୍ୟାପି ଯାଇଥିଲା । ଯଦ୍ବାରା ଲୋକମାନେ ଏହାକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲିଭାଇ ପାରିନଥିଲେ । ଫଳରେ ନିମିଷକରେ 13 ବଖରା ଘର, ଷାଠିଏ ବସ୍ତା ଧାନ, ସୁନା ଗହଣା, ଆସବାବପତ୍ର ସବୁ ଭସ୍ମୀଭୂତ ହୋଇଯାଇଛି । ଏହାସହ ଏଥିରେ ଦୁଇଟି ଗାଈଙ୍କ ମୃତ୍ୟୁ ଘଟିଥିବାବେଳେ 8ଟି ଗୋରୁ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷଧିକ ଟଙ୍କାର ସମ୍ପତ୍ତି କ୍ଷତି ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଆରଆଇ ଓ ତହସିଲଦାର ପହଞ୍ଚି ଘଟଣାର କ୍ଷୟକ୍ଷତି ଆକଳନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.