ETV Bharat / state

ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ମୁଖ୍ୟ ଫାଟକ

author img

By

Published : Nov 10, 2022, 8:51 PM IST

ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ମୁଖ୍ୟ ଫାଟକ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ହେଲା ଲିଙ୍ଗରାଜ ମହାପ୍ରଭୁଙ୍କ ମୁଖ୍ୟ ଫାଟକ । ଅଧିକ ପଢନ୍ତୁ

ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ମୁଖ୍ୟ ଫାଟକ
ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ମୁଖ୍ୟ ଫାଟକ

ଭୁବନେଶ୍ବର: ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ମୁଖ୍ୟ ଫାଟକ ବା ସିଂହଦ୍ବାର କବାଟ (Main gate of Lingaraj temple closed)। ସିଂହଦ୍ବାରକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଲିଙ୍ଗରାଜ ମନ୍ଦିର ସିଂହଦ୍ଵାର କବାଟ ବଦଳା ଯାଉଥିବାରୁ ଭାରତୀୟ ପତ୍ନତତ୍ତ୍ବ ବିଭାଗ ତତ୍ତ୍ବାବଧାନରେ କାର୍ଯ୍ୟ ଆରମ୍ଭ ହୋଇଛି । କାମ ଆରମ୍ଭ ହୋଇଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାରକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ଏହି କବାଟ ବିପଦ ଶଙ୍କୁଳ ଅବସ୍ଥାରେ ଥିଲା । କେତେବେଳେ କିଛି ବି ଦୁର୍ଘଟଣାର ଆଶଙ୍କା କରାଯାଉଥିଲା । ତେଣୁ ଏହାର ପୁନଃ ନିର୍ମାଣ ବା ମରାମତି କାର୍ଯ୍ୟରେ ୪୦ଜଣ ମହାରଣା ନୂତନ କବାଟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆସନ୍ତା ୧୬ ତାରିଖରେ ପୋଢୁଆଁ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ହେବାକୁ ଥିବାବେଳେ ଏହା ପୂର୍ବରୁ ନୂତନ କବାଟ ଲାଗିଯିବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ- ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି

ପୁରୁଣା କବାଟ କାଠରେ ନିର୍ମିତ ଥିବା ବେଳେ ଏହା ଉପରେ ପିତଳ କୋଟିଂ ଦିଆଯାଇଥିଲା । ବର୍ତ୍ତମାନ ନୂଆ କବାଟ ଶାଗୁଆନ କାଠରେ ପ୍ରସ୍ତୁତ କରାଯାଉଥିବା ବେଳେ ଏହା ଉପରେ ମଧ୍ୟ ସେହି ପିତଳ ଛାଉଣୀ ଦିଆଯିବ। ସିଂହଦ୍ଵାର କବାଟ ପରିବର୍ତ୍ତନ କରାଯାଉଥିବାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମୁଖ୍ୟ ଫାଟକ ବା ସିଂହଦ୍ବାର କବାଟ ବନ୍ଦ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.