ଖୋର୍ଦ୍ଧା: ସାରୁଅ ମହିଳା ସମିତିର ପାଚେରୀ ଭଙ୍ଗା ଘଟଣା । କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ମହିଳା ସମିତି । ମହିଳା ସମିତି ଗୃହ ପାଚେରୀ ଭାଙ୍ଗି ଦିଆଯାଇଥିବାରୁ ଏଠାରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମିବ ବୋଲି ଆଶଙ୍କା କରିଛି ସମିତି ।
ପ୍ରଶାସନ ବିନା ନୋଟିସରେ କାହିଁକି ପାଚେରୀ ଭାଙ୍ଗିଲା ସେ ଘଟଣାର ମଧ୍ୟ ତଦନ୍ତ କରିବାକୁ ଦାବି କରିଛି ସମିତି । ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେବା ସହ ନ୍ୟାୟ ଦାବି କରାଯାଇଛି ।
ସୂଚନାଯୋଗ୍ୟ, ଗୁରୁବାର ସକାଳେ ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ମହିଳା ସମିତିର ପାଚେରୀକୁ ଭାଙ୍ଗି ଦେଇଥିଲା ପ୍ରଶାସନ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ