ETV Bharat / state

Maheswar Mohanty Demise: ସ୍ମୃତି ବଖାଣିଲେ ସୁର

author img

By ETV Bharat Odisha Team

Published : Nov 7, 2023, 10:15 PM IST

ସୁର କହିଛନ୍ତି, ‘‘ମହେଶ୍ବର ମୋର ଜଣେ ଭଲ ବନ୍ଧୁ ଥିଲେ । ସେ ମୋର ଅତି ଅନ୍ତରଙ୍ଗ ସାନ ଭାଇ ଥିଲେ। ଗତ 50ବର୍ଷ ହେବ ଦୁହେଁ ଶ୍ରୀଗୁଣ୍ଡିଚାକୁ ବଡ଼ଦାଣ୍ଡରେ ରଥ ଟାଣୁ । ହେଲେ ଗତ ଗୁଣ୍ଡିଚାରେ ସେ ଆସିନଥିଲେ । ତାଙ୍କୁ ଦେଖିବାକୁ ପାଇନଥିଲି ତେଣୁ ବ୍ୟସ୍ତ ଲାଗିଲା। ପଚାରି ବୁଝିଲି ସେ ଅସୁସ୍ଥ ଅଛନ୍ତି।" ଅଧିକ ପଢନ୍ତୁ

Maheswar Mohanty Demise: ସ୍ମୃତି ବଖାଣିଲେ ସୁର
Maheswar Mohanty Demise: ସ୍ମୃତି ବଖାଣିଲେ ସୁର
Maheswar Mohanty Demise: ସ୍ମୃତି ବଖାଣିଲେ ସୁର

ଭୁବନେଶ୍ବର: ଜଣେ ଭଲ ବନ୍ଧୁକୁ ଆଜି ହରେଇଲି। ସେ ମୋର ଅତି ଅନ୍ତରଙ୍ଗ ସାନ ଭାଇ ଥିଲେ। ଗତ 50ବର୍ଷ ହେବ ଦୁହେଁ ଶ୍ରୀଗୁଣ୍ଡିଚାକୁ ବଡ଼ଦାଣ୍ଡରେ ରଥ ଟାଣୁ । ହେଲେ ଗତ ଗୁଣ୍ଡିଚାରେ ସେ ଆସିନଥିଲେ । ତାଙ୍କୁ ଦେଖିବାକୁ ପାଇନଥିଲି ତେଣୁ ବ୍ୟସ୍ତ ଲାଗିଲା। ପଚାରି ବୁଝିଲି ସେ ଅସୁସ୍ଥ ଅଛନ୍ତି। ଆମେ ଦୁହେଁ ମିଶି ବହୁତ ରାଜନୈତିକ କାର୍ଯ୍ୟ କରିଛୁ। ଜାନକୀ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ତିନୋଟି ପ୍ରମୁଖ କାର୍ଯ୍ୟକ୍ରମ ଆମେ ଦୁହେଁ ହାତକୁ ନେଇଥିଲୁ ଯାହା ଇତିହାସ ହୋଇ ରହିବ। ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ ,ପୁରୀ ବସଷ୍ଟାଣ୍ଡ ଏବଂ ପୁରୀ ବଡ଼ଦାଣ୍ଡର ଉନ୍ନତିକରଣ। ସେତେବେଳେ ସମୁଦ୍ରକୂଳରେ ରାସ୍ତା ଗମନାଗମନ ପାଇଁ ସୁବିଧା ହୋଇନଥିଲା। ଆଜି ସବୁ ମନେ ପଡିଯାଉଛି। ତାଙ୍କ ଆତ୍ମା ସଦଗତି ପ୍ରାପ୍ତ ହେଉ। ବରିଷ୍ଠ ବିଜେଡି ନେତା ମହେଶ୍ବର ମହାନ୍ତିଙ୍କ ବିୟୋଗରେ ଏଭଳି ସ୍ମୃତି ବଖାଣିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଅଧିକ ପଢନ୍ତୁ- ସ୍ଵର୍ଗଦ୍ବାରରେ ଶେଷ ହେଲା ମହେଶ୍ଵରଙ୍କ ଅନ୍ତିମ ସଂସ୍କାର, ବଡ ପୁଅ ଦେଲେ ମୁଖାଗ୍ନି

ସୁର କହିଛନ୍ତି, ‘‘ମହେଶ୍ବର ମୋର ଜଣେ ଭଲ ବନ୍ଧୁ ଥିଲେ । ସେ ମୋର ଅତି ଅନ୍ତରଙ୍ଗ ସାନ ଭାଇ ଥିଲେ। ଗତ 50ବର୍ଷ ହେବ ଦୁହେଁ ଶ୍ରୀଗୁଣ୍ଡିଚାକୁ ବଡ଼ଦାଣ୍ଡରେ ରଥ ଟାଣୁ । ହେଲେ ଗତ ଗୁଣ୍ଡିଚାରେ ସେ ଆସିନଥିଲେ । ତାଙ୍କୁ ଦେଖିବାକୁ ପାଇନଥିଲି ତେଣୁ ବ୍ୟସ୍ତ ଲାଗିଲା। ପଚାରି ବୁଝିଲି ସେ ଅସୁସ୍ଥ ଅଛନ୍ତି। ଆମେ ଦୁହେଁ ମିଶି ବହୁତ ରାଜନୈତିକ କାର୍ଯ୍ୟ କରିଛୁ। ଜାନକୀ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ତିନୋଟି ପ୍ରମୁଖ କାର୍ଯ୍ୟକ୍ରମ ଆମେ ଦୁହେଁ ହାତକୁ ନେଇଥିଲୁ ଯାହା ଇତିହାସ ହୋଇ ରହିବ। ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ ,ପୁରୀ ବସଷ୍ଟାଣ୍ଡ ଏବଂ ପୁରୀ ବଡ଼ଦାଣ୍ଡର ଉନ୍ନତିକରଣ। ସେତେବେଳେ ସମୁଦ୍ରକୂଳରେ ରାସ୍ତା ଗମନାଗମନ ପାଇଁ ସୁବିଧା ହୋଇନଥିଲା। ଆଜି ସବୁ ମନେ ପଡିଯାଉଛି। ତାଙ୍କ ଆତ୍ମା ସଦଗତି ପ୍ରାପ୍ତ ହେଉ ।’’

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘‘ସେ ଜଣେ ନିର୍ଭିକ ରାଜନୈତିକ ନେତା ଥିଲେ। ତାଙ୍କର ଲମ୍ବା ରାଜନୈତିକ ଅଭିଜ୍ଞତା ଥିଲା। ସେ ଜଣେ ଭଲ ,ମେଳାପୀ ନେତା ଥିଲେ’’ ।

ସେପଟେ ପୂର୍ବତନ ମନ୍ତ୍ରୀ, ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପାର୍ଥିବ ଶରୀର ଶଙ୍ଖ ଭବନ ଅଣାଯାଇଥିଲା, ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କର ଶେଷ ଦର୍ଶନ କରିଥିଲେ। ତା ପରେ ତାଙ୍କୁ ବିଧାନସଭା ପରିସରକୁ ନିଆଯାଇଥିଲା, ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଶେଷରେ ତାଙ୍କୁ ପୁରୀ ଅଭିମୁଖେ ନିଆଯାଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.