ETV Bharat / state

Mahanadi Water Dispute: 'ଟ୍ରିବ୍ୟୁନାଲରେ ମହାନଦୀ ସଙ୍କଟର ସମାଧାନ ସମ୍ଭବ ନୁହେଁ'

author img

By

Published : May 7, 2023, 2:15 PM IST

ଟ୍ରିବ୍ୟୁନାଲରେ ମହାନଦୀ ସଙ୍କଟର ସମାଧାନ ସମ୍ଭବ ନୁହେଁ । ମହାନଦୀ ଜଳ ସଙ୍କଟ ନେଇ ଦୁଇ ରାଜ୍ୟ ମୁଖିଆ ସମାଧାନ ବାଟ ବାଟ ବାହାର କରନ୍ତୁ ବୋଲି କହିଛନ୍ତି ଜଳମାନବ ରାଜେନ୍ଦ୍ର ସିଂହ । ଅଧିକ ପଢନ୍ତୁ

'ଟ୍ରିବ୍ୟୁନାଲରେ ମହାନଦୀ ସଙ୍କଟର ସମାଧାନ ସମ୍ଭବ ନୁହେଁ'
Mahanadi Water Dispute

Mahanadi Water Dispute

ଭୁବନେଶ୍ବର: ମହାନଦୀ ସଙ୍କଟର ସମାଧାନ ଟ୍ରିବ୍ୟୁନାଲ ଦ୍ବାରା ସମ୍ଭବ ନୁହେଁ । ଦୁଇ ରାଜ୍ୟ ସରକାର ସମାଧାନର ବାଟ ବାହାର କରନ୍ତୁ । ମହାନଦୀ ଚରମ ସଙ୍କଟ ଭିତରେ ବଞ୍ଚିବାର ରାହା ଖୋଜୁଛି । ଅଣ ମୌସୁମୀ ସମୟରେ ମହାନଦୀ ଶଯ୍ୟା ଶୁଖିଲା ପଡୁଛି । ମହାନଦୀ କୂଳରେ ଥିବା ଅନେକ ଗାଁ ଓ ସହରାଞ୍ଚଳରେ ପାଣି ମିଳିବା କଷ୍ଟକର ହୋଇପଡିଛି l ଜଳ ସେଚନ ଗଭୀର ଭାବରେ ପ୍ରଭାବିତ ହୋଇଛି । ଦଳଗତ ରାଜନୀତି ପାଇଁ ଏହି ପ୍ରସଙ୍ଗକୁ କାବେରୀ ଭଳି ବିବାଦ କରିବାକୁ ଚାହୁଁଥିବା କହିଛନ୍ତି ଜଳମାନବ ରାଜେନ୍ଦ୍ର ସିଂହ । ମହାନଦୀ ବଞ୍ଚାଇ ସଂଗଠନର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧନ କରି ଉକ୍ତ ମନ୍ତବ୍ୟ ରଖିଛନ୍ତି ରାଜେନ୍ଦ୍ର ସିଂହ ।

ରାଜେନ୍ଦ୍ର ସିଂହ ଆହୁରି କହିଛନ୍ତି, ''କେବଳ ଟ୍ରିବ୍ୟୁନାଲ ଉପରେ ନିର୍ଭର କଲେ ହେବ ନାହିଁ । ଦୁଇ ରାଜ୍ୟ ଓଡିଶା ଏବଂ ଛତିଶଗଡ ଭିତରେ ଆପୋଷ ଆଲୋଚନା ଦ୍ବାର ବନ୍ଦ ହେବା ଉଚିତ ନୁହେଁ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିପାଇଁ ଚେଷ୍ଟା କରନ୍ତୁ । ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଡିଲେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ । ନଦୀର ଅଧିକାର ବିଷୟରେ ଦୁଇ ରାଜ୍ୟ ଭାବନ୍ତୁ । ମହାନଦୀ ଲଢେଇ କାବେରୀ ଲଢେଇ ପରି ନ ହେଉ । ରାଜ୍ୟ ସରକାର ଓ ରାଜନୈତିକ ଦଳ ଚୁପ ବୋଇ ବସିଲେ ଆଗକୁ ଅବସ୍ଥା ସଙ୍ଗୀନ ହେବ ।

ସାମ୍ବାଦିକ ସମ୍ମିଳନୀରେ ମହାନଦୀ ଅବବାହିକାରେ ଜଳ ସଂରକ୍ଷଣ ନେଇ ପ୍ରଶ୍ନ ଉଠାଇଛନ୍ତି ଜଳପୁରୁଷ ରାଜେନ୍ଦ୍ର ସିଂହ । ମହାନଦୀ ପ୍ରଦୂଷିତ ହୋଇଛି । ଇଟାଭାଟି, ବାଲି ଓ ମାଟି ମାଫିଆଙ୍କ କବଳରେ ମହାନଦୀ ଡହଳବିକଳ ହେଉଛି । ସରକାର କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି ଏହା ଅତ୍ୟନ୍ତ ପରିତାପର ବିଷୟ । ରାଜନୀତିରୁ ଉପରକୁ ଉଠି ମହାନଦୀର ସୁରକ୍ଷା ପାଇଁ ଆଗକୁ ବଢିବା ଆହ୍ବାନ ଦେଇଛନ୍ତି ଜଳମାନବ ରାଜେନ୍ଦ୍ର ସିଂହ । ଆଜି ଏକ ଆଲୋଚନା ସଭା ଆୟୋଜନ ହେବ । ଆସନ୍ତା 8 ଓ 9 ତାରିଖରେ ପୁରୀରେ ବନ୍ୟା ଓ ମରୁଡିକୁ ନେଇ ଜାତୀୟ ଜଳ ସମ୍ମିଳନୀ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...Mahanadi Water Dispute: ଟ୍ରିବୁନାଲରେ ବ୍ୟାକ୍ ବେଞ୍ଚରେ ରାଜ୍ୟ ସରକାର: ବିଜେପି

ଏହା ବି ପଢନ୍ତୁ...Matric Result: ମେ’ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ

ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସଂଯୋଜକ ବିଜୟ ପ୍ରଧାନ, ନଦୀ ସୁରକ୍ଷା ସମିତିର ଆବାହକ ଅଶ୍ଵିନୀ ମହାପାତ୍ର, ଅଶୋକ ପାଇକରାୟ ଓ ସଚି ପ୍ରଧାନ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.