ଖୋର୍ଦ୍ଧା: ମା' କଇରୀ ବଘେଇ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ମା'ଙ୍କ ଅଳଙ୍କାର, ଘଣ୍ଟି, ଘଣ୍ଟା ସହ ବିଭିନ୍ନ ଆସବାବପତ୍ର ଚୋରି କରିନେଲେ ଦୁର୍ବୃତ୍ତ । ଖୋର୍ଦ୍ଧା ରାଉତପଡା ଗ୍ରାମର ଆରାଧ୍ୟ ଦେବୀ ମା'ଙ୍କ ମନ୍ଦିରରୁ ଚୋରି ହୋଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।
ଗତକାଲି (ରବିବାର) ବିଳମ୍ବିତ ରାତିରେ ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ମାଙ୍କ ଅଳଙ୍କାର, ମନ୍ଦିରରେ ଲାଗିଥିବା 15ଟି ପିତ୍ତଳ ଘଣ୍ଟି ସହ ଗୋଟେ ଘଣ୍ଟା ଏବଂ ମନ୍ଦିର ପ୍ରାଙ୍ଗଣରେ ଥିବା ଦାନ ହୁଣ୍ଡି ଭାଙ୍ଗି ପଇସା ଚୋରି କରିଥିବା ଜଣାପଡ଼ିଛି । ଏନେଇ ମନ୍ଦିର କମିଟି ଓ ଗ୍ରାମବାସୀ ଥାନାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଗତ କିଛି ଦିନ ହେବ ଅଞ୍ଚଳରେ ବାରମ୍ଵାର ଚୋରି ହୋଇଥିବା ବେଳେ ପୋଲିସ ତରଫରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ା କଡ଼ି କରିବାକୁ ସାଧାରଣରେ ଦାବି ହେଉଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ