ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ପାଟଣା ଗ୍ରାମରେ ଅଘଟଣ । ଗ୍ୟାସ ଚୁଲାରୁ ନିଆଁ ଲାଗି ମା' ପୁଅ ଗୁରୁତର ।
ସୂଚନା ଅନୁଯାୟୀ ଗେଡ଼ିଆପଲ୍ଲୀ ପାଟଣା ଗ୍ରାମର ଶାନ୍ତିଲତା ପାତ୍ର ରୋଷେଇ କଲାବେଳେ ଓ ତାଙ୍କର ସାନ ପୁଅ ମାୟାଧର ପାତ୍ର ତାଙ୍କ ନିକଟରେ ଛିଡା ହୋଇଥିଲେ । କୌଣସି କାରଣବଶତଃ ଗ୍ୟାସ ଲିକ ହୋଇ ହଠାତ ନିଆଁ ଲାଗିଥିଲା । ଯାହା ଫଳରେ ଉଭୟ ମା' ପୁଅ ଗୁରୁତର ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକ ସେମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତୀ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ