ETV Bharat / state

ଦାନା ବାନ୍ଧୁଛି ଲଘୁଚାପ, 24 ଘଣ୍ଟାରେ ପ୍ରବଳ ବର୍ଷିବ - benga

ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ଅନେକ ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ସେପଟେ ଗ୍ରୀଷ୍ଣ ଲହରୀ ପିଛା ଛାଡୁନଥିବା ବେଳେ ଟିଟଲାଗଡରେ ସର୍ବାଧିକ 39.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ପଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 27, 2019, 7:41 PM IST

ଭୁବନେଶ୍ବର: ବଙ୍ଗୋପସାଗରରେ ଘନିଭୂତ ହେଉଛି ଲଘୁଚାପ । ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହେଉଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ଅନେକ ଜିଲ୍ଲାକୁ ସତର୍କ ସୂଚନା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ଆଭ୍ୟନ୍ତରୀଣ ଓଡିଶାରେ ଆଜି ସନ୍ଧ୍ୟା ସୁଦ୍ଧା ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟର ମୟୂରଭଞ୍ଜ, ରାୟଗଡା, କଳାହାଣ୍ଡି, ବରଗଡ଼, କଟକ, ନୂଆପଡ଼ା, ଗଞ୍ଜାମ, ବଲାଙ୍ଗୀର, ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର ଆଦି ଜିଲ୍ଲାରେ ବର୍ଷା ହେବାର ସୂଚନା ମିଳିଛି ।

ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜର ତିରିଙ୍ଗ ଅଞ୍ଚଳରେ ସର୍ବାଧିକ 27.2 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ କମୁନି ଗ୍ରୀଷ୍ମ ଲହରୀ । ଏଠାରେ ସର୍ବାଧିକ 39.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା 30ରୁ ଜୁଲାଇ 1 ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ମାଡି ଆସୁଛି ବର୍ଷା ସହ ଘଡଘଡି, ରାଜ୍ୟ ର ଅନେକ ଜିଲ୍ଲା କୁ ସତର୍କ ସୂଚନା

Body:ଧୀରେ ଧୀରେ ବଙ୍ଗୋପସାଗର ରେ ଲଘୁଚାପ ଘନୀଭୂତ ହେବା ସହ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହେଉଛି ବୋଲି ପାଣିପଗ ବିଭାଗ ସୂଚନା ଦେଇଛି। ଅନ୍ୟ ପଟେ ଆଭ୍ୟନ୍ତରୀଣ ଓଡିଶା ରେ ଆଜି ସନ୍ଧ୍ୟା ଶୁଦ୍ଧା ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟ ର ମୟୁରଭଞ୍ଜ, ରାୟଗଡା,କଳାହାଣ୍ଡି, ବରଗଡ଼,କଟକ,ନୂଆପଡ଼ା, ଗଂଜାମ, ବଲାଂଗୀର, ଖୋର୍ଦ୍ଧା ସୁନ୍ଦରଗଡ, ସମ୍ବଲପୁର ଆଦି ଜିଲ୍ଲାରେ ବର୍ଷା ହେବାର ସୂଚନା ମିଳିଛି। ଗତ 24 ଘଂଟା ଭିତରେ ମୟୁରଭଞ୍ଜ ର ତିରିଙ୍ଗ ଅଞ୍ଚଳରେ ସର୍ବାଧିକ 27.2 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ ରେ ସର୍ବାଧିକ 39.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା 30 ଠାରୁ ଜୁଲାଇ 1 ଯାଏ ତିନି ଦିନ ଧରି ମସ୍ୟ ଯିବି ମାନଙ୍କ ସମୁଦ୍ର ଭିତର କୁ ଯିବା ପାଇଁ ବାରଣ କରାଯାଇଛି।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.