ଖୋର୍ଦ୍ଧା: ଜିଆରପି ହାତରେ ଧରାପଡିଲେ 4ଡକାୟତ । ଖୋର୍ଦ୍ଧାରୋଡ ପ୍ଲାଟଫର୍ମନଂ 7ରେ ହାଓ୍ବାଡା-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସରୁ ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ଖୋର୍ଦ୍ଧା ରୋଡ଼ ଜିଆରପି 4ଜଣ ଡକାୟତଙ୍କୁ ଗିରଫ କରିଛି ।
ସେମାନଙ୍କ ଠାରୁ 15ଟି ସ୍ମାର୍ଟଫୋନ, ଗୋଟିଏ ଖେଳନା ବନ୍ଧୁକ,ଦୁଇଟି ଛୁରୀ,ଗୋଟିଏ କଇଁଚି ଏବଂ ଚାରି ପକେଟ ଲଙ୍କାଗୁଣ୍ଡ ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । 4ଜଣ ଅଭିଯୁକ୍ତ ହେଲେ ଜଟଣୀ ମୁଣ୍ଡିଆ ସାହିର ସାହିଲ ଅଲ୍ଲୀ ଓ ଆବିଦ , ହରିରାଜପୁରର ବିଷ୍ଣୁ ପ୍ରସାଦ ସ୍ୱାଇଁ ଓ ଜଟଣୀ ଲେପର୍ସି କଲୋନୀର କୃଷ୍ଣ ସ୍ୱାଇଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ