ଖୋର୍ଦ୍ଧା: ଭାଲିଆବାଡି ଉର୍ମିଳା ଷ୍ଟୋର ନିକଟରେ ଥିବା ରମାକାନ୍ତ ଷଡ଼ଙ୍ଗୀଙ୍କ ଘରୁ ଲୁଟ । ରାତିରେ ଘରେ କେହି ନଥିବାବେଳେ ପୋଷା କୁକୁରକୁ ମିଠା ଦେଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଛନ୍ତି ଦୂର୍ବୁତ୍ତ ।
ସୂଚନା ଅନୁଯାୟୀ ରମାକାନ୍ତଙ୍କ ପରିବାର ଆଜି ନିଜ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଏବଂ ଘରେ ପୋଷା କୁକୁରକୁ ଜଗେଇଥିଲେ । କିନ୍ତୁ ଦୁର୍ବୃତ୍ତମାନେ ଅଭିନବ ଉପାୟରେ ଘର ଜଗିଥିବା କୁକୁରକୁ ମିଠା ଦେଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ