ETV Bharat / state

ମନ୍ଦିର ଦାନବାକ୍ସ ଭାଙ୍ଗିଦେଲେ ଲୁଟେରା, ଥାନାଠୁ ୧୦୦ ମିଟରରେ ଲୁଟ - ବାଲିଅନ୍ତା ଥାନା ପାଖ ମନ୍ଦିର ଦାନବାକ୍ସରୁ ଚୋରି

ମନ୍ଦିରରୁ ଦାନ ବାକ୍ସ ଭାଙ୍ଗି ଲୁଟିଲେ ଦୁର୍ବୁତ୍ତ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ନିକଟସ୍ଥ ଭୁବନପୁର ଗ୍ରାମରେ ଥିବା ଉତରାୟଣୀ ମନ୍ଦିରରୁ ଚୋରି । ଅଧିକ ପଢନ୍ତୁ

temple donate box theft
ବାଲିଅନ୍ତା ଥାନା ପାଖ ମନ୍ଦିରର ଚୋରି
author img

By

Published : Jan 28, 2022, 4:53 PM IST

Updated : Jan 28, 2022, 6:57 PM IST

ନିଆଳି: ମନ୍ଦିରରୁ ଦାନ ବାକ୍ସ ଭାଙ୍ଗି ଲୁଟିଲେ ଦୁର୍ବୁତ୍ତ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ନିକଟସ୍ଥ ଭୁବନପୁର ଗ୍ରାମରେ ଥିବା ଉତରାୟଣୀ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନାରୁ ମାତ୍ର ଶହେ ମିଟର ଦୂରରେ ଥିବା ଉତରାୟଣୀ ମନ୍ଦିର ଦାନ ବାକ୍ସ ଭାଙ୍ଗି ଚୋରି ।

ଅନ୍ୟପଟେ ମନ୍ଦିରରେ ଲାଗିଥିବା ପାଣି ମଟରକୁ ନେବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି ଦୁର୍ବୁତ୍ତ । ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଚୋରି ହେବା ସହ ଆଖ ପାଖ ଅଞ୍ଚଳରୁ ଚୋରି ହେବା ନେଇ ବିଭିନ୍ନ ସମୟରେ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ପାଟ୍ରୋଲିଂ କଡ଼ାକଡି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Jan 28, 2022, 6:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.