ETV Bharat / state

ଫଳ କିଣିବାବେଳେ ପିଇଓଙ୍କ ଠାରୁ 2ଲକ୍ଷରୁ ଊର୍ଦ୍ଧ୍ବ ଲୁଟ

author img

By

Published : Apr 3, 2021, 8:15 PM IST

ଖୋର୍ଦ୍ଧା ଡିଙ୍ଗର ପଞ୍ଚାୟତରେ କାର୍ଯ୍ୟରତ ପିଇଓ ପ୍ରଶାନ୍ତ ବରିସଲଙ୍କ ଠାରୁ 2 ଲକ୍ଷ 13 ହଜାର ଟଙ୍କା ଲୁଟ୍ । ଅଧିକ ପଢନ୍ତୁ...

ଦିନ ଦ୍ବିପ୍ରହରେ ପିଇଓଙ୍କ ଠାରୁ 2 ଲକ୍ଷରୁ ଉର୍ଦ୍ଧ୍ବ ଲୁଟ

ଖୋର୍ଦ୍ଧା: ଦିନ ଦ୍ବିପ୍ରହରରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠୁ ଲୁଟ । ଶନିବାର ଖୋର୍ଦ୍ଧା ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ପଞ୍ଚାୟତରେ କାର୍ଯ୍ୟରତ ପିଇଓ ପ୍ରଶାନ୍ତ ବରିସଲଙ୍କ ଠାରୁ ଏହି ଲୁଟ୍ ହୋଇଛି । ସେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଠାରୁ 2 ଲକ୍ଷ 13 ହଜାର ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଡିଙ୍ଗର ପିଇଓ ପ୍ରଶାନ୍ତ ବେଗୁନିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କରୁ ୨ ଲକ୍ଷ ୧୩ ହଜାର ଟଙ୍କା ପଞ୍ଚାୟତ ଉନ୍ନତିମୂଳକ ଫଣ୍ଡରୁ ଉଠାଇ ଘରକୁ ଯାଉଥିଲେ । ଏହାପରେ ବାଟରେ ଥିବା ଏକ ଫଳ ଦୋକାନରେ ଗାଡି ରଖି ଫଳ କିଣୁଥିଲେ । ଠିକ ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି ସେହି ଟଙ୍କାକୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ଏନେଇ ସମ୍ପୃକ୍ତ ପିଇଓ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କରେ ଲାଗିଥିବା ସିସିଟିଭି ଏବଂ ଅନ୍ୟ ଦୋକାନ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.