ETV Bharat / state

ଲିଫ୍ଟ ମାଗି ଲୁଟ ଉଦ୍ୟମ ବିଫଳ

author img

By

Published : Sep 3, 2019, 11:41 PM IST

ଖୋର୍ଦ୍ଧା ଜିଲ୍ଲା ବାଘମାରୀରେ ବାଇକରେ ଯାଉଥିବା ଦୁଇ ଜଣଙ୍କୁ ଜଣେ ଯୁବକ ଲିଫ୍ଟ ମାଗି ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଛି । ଯୁବକକୁ ବାଘମାରୀ ପୋଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ବାଘମାରୀରେ ଲିଫ୍ଟମାଗି ଲୁଟ ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିକୁ ସ୍ଥାନୀୟ ଲୋକେ କାବୁ କରି ଥାନାରେ ଦେଇଛନ୍ତି । ବାଘମାରୀଠାରୁ ଫତେଗଡ ଅଞ୍ଚଳକୁ ମୋଟର ସାଇକେଲରେ ଦୁଇଜଣ ଯାଉଥିବା ବେଳେ ବାଘମାରୀ ବଜାର ଠାରେ ଜଣେ ଅପରିଚିତ ବ୍ୟକ୍ତି ଆଗ ଛକ ସିମରକୁ ଯିବାକୁ କହି ଲିଫ୍ଟ ମାଗିଥିଲେ । ମୋଟର ସାଇକେଲରେ ଯାଉଥିବା ବ୍ୟକ୍ତି ଦୁଇ ଜଣ ସଦହୃଦୟତାର ସହ ଯୁବକଙ୍କୁ ଲିଫ୍ଟ ଦେଇଥଲେ ।

ମାତ୍ର ଯୁବକ ଜଣକ ସିମର ବଜାରଠାରୁ ଆଗକୁ ଯିବାକୁ ଜିଦ୍ କରିବା ସହ ବ୍ୟକ୍ତି ଜଣକ ବାଇକ ଆରୋହୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଫଳରେ ଯୁବକ ଦ୍ୱୟ ଆଗକୁ ଟିକେ ଯାଇ ପାଟି କରିଥିଲେ । ପାଟି ଶୁଣି ସେଠାରେ ଉପସ୍ଥିତ ଲୋକେ ପହଞ୍ଚି ଯୁବକ ଦୁଇଙ୍କୁ ଉଦ୍ଧାର କରିବା ସହ ବନ୍ଧୁକ ଲଗାଇଥିବା ବ୍ୟକ୍ତିଙ୍କୁ କାବୁ କରି ବାଘମାରୀ ଥାନାକୁ ହସ୍ତାନ୍ତର କରିଥିଲେ ।

ବାଘମାରି ଥାନାର କର୍ମଚାରୀ ଅଭିଯୁକ୍ତକୁ ଥାନାକୁ ନେବା ସହିତ ବନ୍ଧୁକ ଜବତ କରିଛି । ହେଲେ ଘଟଣା ସମ୍ପର୍କରେ ଥାନାଧିକାରୀ ପ୍ରଣିତା ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Intro:ଲିଫ୍ଟମାଗି ଲୁଟ ଉଦ୍ୟମକୁ ବିଫଳ କଲେ ସ୍ଥାନୀୟ ଲୋକ

ଖୋର୍ଦ୍ଧା : ବାଘମାରୀ ଠାରୁ ଫତେଗଡ ଅଞ୍ଚଳକୁ ମଟରସାଇକେଲରେ ଦୁଇଜଣ ଯାଉଥିବା ବେଳେ ବାଘମାରୀ ବଜାର ଠାରେ ଜଣେ ଅପରିଚିତ ବ୍ୟକ୍ତି ଆଗଛକ ସିମର ଯିବାକୁ କହି ଲିଫ୍ଟ ମାଗିଥିଲେ । Body:ମଟର ସାଇକେଲରେ ଯାଉଥିବା ବ୍ୟକ୍ତି ସଦହୃଦୟତାର ସହ ଉକ୍ତ ଯୁବକଙ୍କୁ ଲିଫ୍ଟ ଦେଇ ଆଣୁଥିବା ବେଳେ ସିମର ବଜାର ଠାରୁ ଆଗକୁ ଯିବାକୁ ଜିଦ୍ କରି ଯୁବକ ଦ୍ୱୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଫଳରେ ଯୁବକ ଦ୍ୱୟ ଆଗକୁ ଟିକେ ଯାଇ ପାଟି କରିଥିଲେ ।ଫଳରେ ସେଠାରେ ଉପସ୍ଥିତ ଯୁବକ ମାନେ ପହଞ୍ଚି ଯୁବକ ଦୁଇଙ୍କୁ ଉଦ୍ଧାର କରିବା ସହ ବନ୍ଧୁକ ଲଗାଉଥିବା ବ୍ୟକ୍ତିଙ୍କୁ କାବୁ କରି ବାଘମାରୀ ଥାନାକୁ ହସ୍ତାନ୍ତର କରିଥିଲେ । ବାଘମାରି ଥାନାର କର୍ମଚାରୀ ଅଭିଯୁକ୍ତକୁ ଥାନାକୁ ନେଇ ଅଭିଯୁକ୍ତ ଠାରୁ ବନ୍ଧୁକକୁ ଜବତ କରିଛି । କିନ୍ତୁ ଘଟଣା ସମ୍ପର୍କରେ ଆମେ ଥାନା ଅଧିକାରୀ ପ୍ରଣିତା ପତ୍ନୟକଙ୍କୁ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ଗଣମାଧ୍ୟମକୁ ଲୁଚାଇବାକୁ ଉଦ୍ୟମ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.