ଖୋର୍ଦ୍ଧା: କୋରୋନା ମହାମାରୀ ମୁକାବିଲା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ଓ ଗରିବ ଖଟିଖିଆ । ରୋଜଗାର କରିବାକୁ ନା ସେମାନେ ଘରୁ ବାହାରକୁ ବାହାରି ପାରୁଛନ୍ତି ନା ସେମାନଙ୍କୁ କେଉଁଠାରେ କାମ ମିଳୁଛି । ଏମିତି ସ୍ଥିତିରେ ଏହି ଖଟିଖିଆ ଦିନ ମଜୁରିଆମାନେ ଅତ୍ୟନ୍ତ ଦୟନୀୟ ସ୍ଥିତି ଭିତରେ ଜୀବନ ବିତାଉଛନ୍ତି । ଏମାନଙ୍କ ଏଭଳି ଦୁର୍ଦ୍ଦଶା ଦେଖି ଏମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଖୋର୍ଦ୍ଧା ଜିଲ୍ଲା କୁସପଲ୍ଲା ଗ୍ରାମର ସମାଜସେବୀ ସେକ ଜବାର ।


ପ୍ରାୟ ତିନି ହଜାର ଲୋକଙ୍କୁ ପନ୍ଦର ଦିନର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଚାଉଳ, ଡାଲି, ଆଳୁ, ବାଇଗଣ, ପିଆଜ ଯୋଗାଇ ସେ ଏବେ ଗ୍ରାମାଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେହିପରି ସାମାଜିକ ଦୂରତା ଅବଲମ୍ବନ କରି ଜାତି ଭାବ ଭୂଲି ସମସ୍ତ ଅସହାୟ ଖଟିଖିଆଙ୍କୁ ନିଜସ୍ୱ ଅର୍ଥରେ ସେ ଏପରି ଏକ ମହାନ୍ କାର୍ଯ୍ୟ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ