ETV Bharat / state

ଲକ୍‌ଡାଉନ୍‌ ବେଳେ ମଦ ଦୋକାନ ଖୋଲି 7 ଗିରଫ - ଲକ୍ ଡାଉନ୍‌ ନ୍ୟୁଜ

ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ମଦ ଦୋକାନ କର୍ମଚାରୀ ଲକ୍ ଡାଉନ୍‌ ବେଳେ ମଦଦୋକାନ ଖୋଲା ରଖିଥିବାରୁ 7ଜଣକୁ ଗିରଫ କରାଯାଇଛି ।

lockdown
lockdown
author img

By

Published : Mar 23, 2020, 11:22 PM IST

ଖୋର୍ଦ୍ଧା: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଏହି ଭୂତାଣୁକୁ ପ୍ରତିହତ କରିବା ପାଇଁ 14ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ କରିଛନ୍ତି ସରକାର । ଏହି ଜିଲ୍ଲାଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଦୋକାନ ବ୍ୟତୀତ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିବା ସତ୍ତ୍ବେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ମଦ ଦୋକାନ କର୍ମଚାରୀ ଏହି ନିୟମକୁ ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ପାଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ସଦର ଥାନା ଅଧିକାରୀ ପହଞ୍ଚି 7ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବିକାଶ ସାହୁ, ରଶ୍ମି ରଞ୍ଜନ ମଙ୍ଗରାଜ, ପ୍ରତାପ ଭୁଜବଳ, କାଳୁ ଜୟ ସିଂ,ପୂର୍ଣ୍ଣ ଚନ୍ଦ୍ର ବେହେରା, ବୈଦ୍ୟନାଥ ପ୍ରଧାନ ଏବଂ ଯୁଧିଷ୍ଠିର ମଙ୍ଗରାଜ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.