ETV Bharat / state

ମନ୍ଦିର ପୂଜକଙ୍କ ଉପରେ କୋରୋନାର ଘାତକ ପ୍ରହାର - ମନ୍ଦିର ପୂଜକଙ୍କ ଉପରେ ଲକଡାଉନ ପ୍ରଭାବ

ମହାମାରୀ କୋରୋନା ପ୍ରଭାବରେ ଅନେକ ଲୋକ ନିଜ ଜୀବିକା ହରାଇ ବସିଛନ୍ତି । ବିଭିନ୍ନ ମନ୍ଦିରର ପୂଜକଙ୍କ ଉପରେ ମଧ୍ୟ କୋରୋନା ପ୍ରଭାବ ପଡିଥିବାର ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ଶୈବପୀଠ ବାଘମାରୀର ଏକାଦଶ ରୁଦ୍ର ହଟନାଥ ହଟକେଶ୍ବରଙ୍କ ପୂଜକମାନେ ଏବେ ହତାଶ ହୋଇ ସରକାରୀ ସହାୟତା ଲୋଡିଛନ୍ତି ।

ମନ୍ଦିର ପୂଜକଙ୍କ ଉପରେ କୋରୋନାର ଘାତକ ପ୍ରହାର
ମନ୍ଦିର ପୂଜକଙ୍କ ଉପରେ କୋରୋନାର ଘାତକ ପ୍ରହାର
author img

By

Published : Jul 17, 2020, 9:10 AM IST

ଖୋର୍ଦ୍ଧା: କୋରୋନା କବଳିତ ବିଶ୍ବ । ଏହି ମହାମାରୀ ଦ୍ବାରା ଅନେକ ପ୍ରଭାବିତ ହୋଇଥିବା ବେଳେ ଲୋକମାନେ ସେମାନଙ୍କ ବେଉଷା ହରାଇବାକୁ ବସିଛନ୍ତି । ସେହିପରି ବିଭିନ୍ନ ମନ୍ଦିରର ପୂଜକଙ୍କ ଉପରେ କରୋନା ପ୍ରଭାବ ପଡିଥିବାର ଦେଖିବାକୁ ମିଳିଛି ।

ମନ୍ଦିର ପୂଜକଙ୍କ ଉପରେ କୋରୋନାର ଘାତକ ପ୍ରହାର

ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ଶୈବପୀଠ ବାଘମାରୀର ଏକାଦଶ ରୁଦ୍ର ହଟନାଥ ହଟକେଶ୍ବରଙ୍କ ପୂଜକମାନେ ଏବେ ହତାଶ ହୋଇ ବସିଛନ୍ତି । କୋରୋନା ପାଇଁ ମନ୍ଦିରକୁ ଭକ୍ତ ଆସୁ ନଥିବାରୁ ମନ୍ଦିର ସେବାରେ ସମ୍ପୃକ୍ତ ଥିବା 108 ଜଣ ପୂଜକ ହାତ ବାନ୍ଧି ବସିଛନ୍ତି ।

ଦୈନିକ ଶତାଧିକ ଭକ୍ତଙ୍କ ସମାଗମ ହେଉଥିବା ଏହି ମନ୍ଦିରର ପୂଜକମାନେ ଭକ୍ତଙ୍କ ଠାରୁ ମିଳୁଥିବା ପ୍ରାପ୍ୟରୁ ପରିବାର ପୋଷଣ କରୁଥିବା ବେଳେ ଏବେ ଜୀବିକା ହରାଇ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.