ଖୋର୍ଦ୍ଧା: କୋରୋନା ପାଇଁ ଦେଶରେ ଜାରି ରହିଛି ତାଲାବନ୍ଦ । ତାଲାବନ୍ଦ ପାଇଁ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ମାଲେମାଲ ହେଉଛନ୍ତି ଦେଶୀ ମଦ ବ୍ୟବସାୟୀ । ଲକଡାଉନ ପାଇଁ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବାରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଦେଶୀ ମଦ ମାଫିଆମାନେ ।

ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ଏକଡ଼ାଳିଆ ଗ୍ରାମ ଆଦିବାସୀ ସାହି ନିକଟରେ ବେଆଇନ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ମଦ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ସେଠାରୁ ପ୍ରାୟ 2ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚକୁ ନଷ୍ଟ କରି ମଦ ପ୍ରସ୍ତୁତ ସରଞ୍ଜାମକୁ ଜବତ କରିଛି । ମାଫିଆମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ